
ନୂଆଦିଲ୍ଲୀ: ୩୦ବର୍ଷ ପରେ ମହିଳା କାଟିଲେ ନଖ। ତାଙ୍କର ଏହି ନଖ ପୃଥିବୀର ସବୁଠାରୁ ଲମ୍ବା ନଖ ଥିଲା। ଆମେରିକାର ହୁଷ୍ଟନ ବାସିନ୍ଦା ଅୟାନା ଉଇଲିୟମ୍ସ ୨୦୧୭ରେ ପୃଥିବୀର ସବୁଠାରୁ ଲମ୍ବା ନଖ ରଖିଥିବାରୁ ଗିନିଜ ବୁକ ଅଫ ୱାଲର୍ଡ ରେକର୍ଡରେ ସ୍ଥାନୀତ ହୋଇଥିଲେ । ସେହି ସମୟରେ ତାଙ୍କ ନଖର ଲମ୍ବ ୧୯ଫୁଟ୍ ଥିଲ।
ଉଇଲିୟମ୍ସଙ୍କ ଲମ୍ବା ନଖ କାଟିବା ପାଇଁ ଏକ ବୈଦ୍ୟୁତିକ ଉପକରଣର ବ୍ୟବହାର କରାଯାଇଥିଲା। ଶେଷଥର ପାଇଁ ନଖ କାଟିବା ପୂର୍ବରୁ ଲମ୍ବ ମପା ଯାଇଥିଲା। ଏଥିରୁ ଜଣାପଡ଼ିଥିଲା କି ଅୟାନା ନିଜର ରେକର୍ଡ ନିଜେ ଭାଙ୍ଗି ଥିଲେ। କାଟିବା ସମୟରେ ତାଙ୍କ ନଖର ଲମ୍ବ ୨୪ଫୁଟ ଓ ୦.୭ଇଞ୍ଚ ରହିଥିଲା।
ଗିନିଜ ରେକର୍ଡର କହିବାନୁସାରେ,ଏହା ପ୍ରଥମଥର ଲାଗି ଜଣେ ରେକର୍ଡ ଧାରକ ନିଜ ନଖ କାଟି ଦେଇଛନ୍ତି। ଆୟନା ଉଇଲିୟମ୍ସଙ୍କ ପାଇଁ ଏହା ବହୁତ ଭାବନାତ୍ମକ ଥିଲା।
ଆୟନା ଉଇଲିୟମ୍ସଙ୍କ କହିବାନୁସାରେ, ମୁଁ କିଛି ଦଶକ ହେବ ନିଜର ନଖ ବଢ଼ାଇ ଆସୁଥିଲିି। ନଖ ସିନା ମୁଁ କାଟି ଦେଇଛି। କିନ୍ତୁ ତାହା ବହୁତ ମନେ ପଡ଼ିବ। ମୋତେ ଏହି ନଖ ବଢ଼ାଇବାକୁ ୨୮ବର୍ଷ ଲାଗିଥିଲା। ତେବେ ଏହି ନଖ ହେତୁ ମୋତେ କାମ କରିବାରେ ବହୁତ ଅସୁବିଧା ହୋଇଥାଏ। ଯେମିତିକି ବାସନ ଧୋଇବା ବେଡସିଟ ବଦଳାଇବା ଆଦି କାମ କରିବାରେ ଧୀରେ ଧୀରେ ବହୁତ କଷ୍ଟ ହୋଇଥିଲା। କାରଣ ନଖ ବି ବଢ଼ି ଚାଲିଥିଲା। କୌଣସି ସ୍ଥାନରେ ବସିଲେ ଉଠିଲେ ମୋତେ ବି ସାବଧାନ ରହିବାକୁ ହୋଇଥାଏ। ମୁଁ ନଖ କାଟିବାକୁ ନେଇ ଯେତିକି ଦୁଃଖୀ ସେହିତି ଉତ୍ସାହିତ ମଧ୍ୟ। କାରଣ ନଖ କାଟିବା ଦ୍ବାରା ସ୍ବାଭାବିକ ଜୀବନ ବଞ୍ଚି ପାରିବି।
The post ପୃଥିବୀର ସବୁଠାରୁ ଲମ୍ବା ନଖ ରଖିଥିବା ମହିଳା ୩୦ବର୍ଷ ପରେ କାଟିଲେ first appeared on Sambad.from ବିଶେଷ | Sambad https://ift.tt/3fU7hQI
0 Comments