କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଶାହାନବାଜ, ଅମ୍ଲଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ଲକ୍ଷ ଟଙ୍କାର ଗାଡ଼ି ବିକି ଦେଲେ

ମୁମ୍ବାଇ: ଦେଶରେ ଏବେ ଅମ୍ଲଜାନର ଅଭାବ ଦେଖିବାକୁ ମିଳିଛି। ପ୍ରତ୍ୟେକ କରୋନା ରୋଗୀଙ୍କୁ ସଠିକ ସମୟରେ ଅମ୍ଲଜାନ ଯୋଗାଇବା ପାଇଁ ସରକାର ପ୍ରୟାସ କରୁଥିବା ବେଳେ ଏବେ ପରସ୍ପରକୁ ସାହାଯ୍ୟ କରିବାର ସମୟ ଆସିଛି ବୋଲି କହିଛନ୍ତି ସରକାର। ତେବେ ଅମ୍ଲଜାନର ଅଭାବ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ ଦେବଦୂତ ସାଜି ଆସିଛନ୍ତି ମୁମ୍ବାଇର ଶାହାନବାଜ ଶେଖ। କରୋନା ଆକ୍ରାନ୍ତଙ୍କୁ ଅମ୍ଲଜାନ ସିଲିଣ୍ଡର ଯୋଗାଇଦେବା ପାଇଁ ସେ ନିଜର ୨୨ଲକ୍ଷ ଟଙ୍କା ଏସୟୁଭି ବିକ୍ରି କରିଦେଇଥିବା ଜଣାପଡ଼ିଛି।

ତେବେ କରୋନାର ପ୍ରଥମ ଲହର ସମୟରେ ଅମ୍ଲଜାନର ଅଭାବ ଦେଖା ଦେବା ସମୟରେ ହିଁ ଶାହାନବାଜ ନିଜ ଗାଡ଼ି ବିକ୍ରି କରିଥିଲେ। ପ୍ରଥମ ଲହର ସମୟରେ ସେ ୫,୦୦୦-୬୦୦୦ ଲୋକଙ୍କୁ ସେ ଅମ୍ଲଜାନ ସିଲିଣ୍ଡର ଯୋଗାଇଥିଲେ। ଏବେ ପୁଣି ଅମ୍ଲଜାନ ଅଭାବ ସ୍ଥିତି ଦେଖାଦେବା ପରେ ଶାହାନବାଜ ଲୋକଙ୍କୁ ସାହାଯ୍ୟ କରିବା ଅଭିଯାନ ପୁନଃ ଆରମ୍ଭ କରିଛନ୍ତି।

NDTV.com

ସେ କହିଛନ୍ତି ଯେ, ଗତବର୍ଷ ଆମେ ଆରମ୍ଭ ଆମେ ୫,୦୦୦-୬୦୦୦ ଲୋକଙ୍କୁ ଅମ୍ଳଜାନ ଯୋଗାଇଥିଲୁ। ଚଳିତ ବର୍ଷ ସହରରେ ଅମ୍ଳଜାନର ଅଭାବ ଦେଖାଦେଇଛି। ପୂର୍ବରୁ ଆମ ପାଖକୁ ୫୦ଟି କଲ ଆସୁଥିବା ବେଳେ ବର୍ତ୍ତମାନ ଆମ ପାଖକୁ ଅମ୍ଲଜାନ ସିଲିଣ୍ଡର ପାଇଁ ୫୦୦ରୁ ୬୦୦ଜଣଙ୍କ ଫୋନ କଲ ଆସୁଛି। ପ୍ରଥମ ଲହର ସମୟରେ କରୋନା ଆକ୍ରାନ୍ତ ମୋର ଜଣେ ସାଙ୍ଗର ସମ୍ପର୍କୀୟ ଅମ୍ଲଜାନ ଅଭାବରୁ ମୃତ୍ୟୁବରଣ କରିବା ପରେ ମୁଁ ଅମ୍ଲଜାନ ସିଲିଣ୍ଡର ଯୋଗାଇବା କାମ ଆରମ୍ଭ କରିଥିଲି। ମୋ ଗାଡ଼ି ବିକି ମୁଁ କରୋନା ରୋଗୀଙ୍କୁ ଔଷଧ ଏବଂ ଅମ୍ଲଜାନ ସିଲିଣ୍ଡର ଯୋଗାଇବା କରିଥିଲି।

The post କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ଶାହାନବାଜ, ଅମ୍ଲଜାନ ସିଲିଣ୍ଡର ଯୋଗାଇବା ପାଇଁ ୨୨ଲକ୍ଷ ଟଙ୍କାର ଗାଡ଼ି ବିକି ଦେଲେ first appeared on Sambad.

from ବିଶେଷ | Sambad https://ift.tt/3sEM281

Post a Comment

0 Comments