ଝିଅ ବିଦା ବେଳେ ବାପା ମାରିବା ପାଇଁ ଚପଲ ଉଠାଇଥିବା ଫଟୋକୁ ଦେଖି ଆଇପିଏସ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଦେଶର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଦିନକରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୬ ଲକ୍ଷ ୩୬ ହଜାର ୩୦୭ରେ ପହଞ୍ଚିଛି । ସେହିପରି ଦିନକରେ ୨ ହଜାର ୭୭୧ ଜଣଙ୍କର ମୃତ୍ୟୁ ହୋଇଛି । କରୋନାର ଏଭଳି ପରିସ୍ଥିତି ଦେଖି ଲୋକେ ପ୍ରତିଦିନ ଭଗବାନଙ୍କୁ ଏହି କରୋନା ମହାମାରୀରୁ ଉଦ୍ଧାର କରିବା ପାଇଁ ଗୁହାରି କରୁଛନ୍ତି।

ଏହି କ୍ରମରେ ସୋସିଆଲ ମିଡିଆରେ ଝିଅ ବିଦା ବେଳର ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଝିଅ ବିଦା ହେଲାବେଳେ ବାପା ତା’ ଉପରକୁ ଚପଲ ଉଠାଉଛନ୍ତି। ତେବେ ଏହି ଭିଡିଓଟି  ବାସ୍ତବ ଝିଅ ବିଦା ହେଲା ବେଳର ଲାଗୁ ନାହିଁ। ‌ବୋଧ ହୁଏ ଟିକଟକ ଭିଡିଓ ସୁଟ ପାଇଁ କିଛି ପିଲା ମିଶି ଏପରି କରିଥାଇ ପାରନ୍ତି ବୋଲି କୁହାଯାଉଛି।

ଆଇପିଏସ ଅଫିସର ରୁପିନ ଶର୍ମା ଏହି ଭିଡିଓ ସେୟାର କରି ଲେଖିଛନ୍ତି, ‘ଯଦି ଭଲରେ ଭଲରେ କରୋନା ଯଦି ନଗଲା ତେବେ କରୋନାକୁ ବି ଏଭଳି ଭାବେ ଭଗେଇବାକୁ ହେବ।’

 

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ଜଣେ ଝିଅ ବିଦା‌ ହୋଇ ଶାଶୁଘରକୁ ଯାଉଛନ୍ତି। ଏହି ସମୟରେ ଅଧା ବାଟରୁ ପୁଣି ଫେରି ଆସୁଛନ୍ତି। ଏହାପରେ ବାପା ଝିଅକୁ ବୁଝାଇସୁଝାଇ ପଠାଉଛନ୍ତି, ପୁଣି ଝିଅ ବାପା ପାଖକୁ ଫେରି ଆସୁଛି। ଏଥିରେ ବାପା ରାଗି ଯାଇ ଝିଅ ଉପରକୁ ଚପଲ ମାଡ଼ କରୁଛନ୍ତି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ହସିହସି ଗଡ଼ି ଯାଉଛନ୍ତି।

The post ଝିଅ ବିଦା ବେଳେ ବାପା ମାରିବା ପାଇଁ ଚପଲ ଉଠାଇଥିବା ଫଟୋକୁ ଦେଖି ଆଇପିଏସ କହିଲେ ଏଭଳି କଥା first appeared on Sambad.

from ବିଶେଷ | Sambad https://ift.tt/3vo0qn4

Post a Comment

0 Comments