ଲକ୍‌ଡାଉନ୍‌ରେ ୮୩ ପୃଷ୍ଠାର ବିଜ୍ଞାନ ଆଧାରିତ ଉପନ୍ୟାସ ଲେଖି ଚର୍ଚ୍ଚାରେ ପଞ୍ଚମ ଶ୍ରେଣୀ ଛାତ୍ର

ପାଟ୍‌ନା: ଲକ୍‌ଡାଉନ୍‌ ଅନେକଙ୍କ ଦୁର୍ଦିନର କାରଣ ହୋଇଥିବା ବେଳେ ଅନେକଙ୍କ ସୃଜନଶୀଳତାକୁ ଫୁଟାଇବାରେ ସାହାଯ୍ୟ କରିଛି। ଲକ୍‌ଡାଉନ୍‌ରେ ନିଜ ଜ୍ଞାନକୁ ଲୋକଲୋଚନକୁ ଆଣି ଚର୍ଚ୍ଚା ପାଲଟିଛନ୍ତି ବିହାରର ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ନାବାଳକ। ସେ ଲକ୍‌ଡାଉନ୍‌ ସମୟରେ ଘରେ ବସି ବସି ବୋର୍‌ ହେବା କାରଣରୁ ବିଜ୍ଞାନ ଆଧାରିତ ଏକ ଉପନ୍ୟାସ ଲେଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ଅହମ୍ମଦାବାଦସ୍ଥିତ ଦିଲ୍ଲୀ ପବ୍ଲିକ୍‌ ସ୍କୁଲ୍‌(ଡିପିଏସ୍‌)ରେ ପଢୁଥିବା ଏହି କୁନି ବାଳକ କୌଣସି ବୃତ୍ତିଗତ ଲେଖକ ନୁହଁନ୍ତି। ବରଂ ସେ ନିଜର ଜ୍ଞାନକୁ ଉପଯୋଗ କରି କରି ୮୩ ପୃଷ୍ଠାବିଶିଷ୍ଟ ଏହି ପୁସ୍ତକ ରଚନା କରିବାରେ ସମର୍ଥ ହୋଇଛନ୍ତି। ସେ ଲେଖିଥିବା ପୁସ୍ତକର ନାଁ ‘ସ୍ପେସ୍‌ ମାଫିଆ ଅନ୍‌ ଦ ଲୁଜ୍‌’।

ଏହି କୁନି ବାଳକଙ୍କ ନାମ ସୌର୍ଯ୍ୟ ମିଶ୍ର। ସେ ଲକ୍‌ଡାଉନ୍‌ ସମୟରେ ଭବିଷ୍ୟତରେ ଏକ ଭୟଙ୍କର ମହାକାଶ ଯୁଦ୍ଧକୁ କଳ୍ପନା କରି ଏହି ପୁସ୍ତକ ରଚନା କରିଛନ୍ତି। ସେ ତାଙ୍କର ଏହି ପୁସ୍ତକକୁ ପୂରା କରିବାକୁ ଦୀର୍ଘ ୨ ମାସ ସମୟ ନେଇଥିଲେ।

ସେ କହିଛନ୍ତି କି ଲକ୍‌ଡାଉନ୍‌ ସମୟରେ ତାଙ୍କ ମସ୍ତିଷ୍କ ଜାମ୍‌ ହୋଇ ଯାଉଥିଲା। ସେ କ’ଣ କରିବେ କିଛି ଜାଣି ପାରୁ ନଥିଲେ। ଶେଷରେ ବିଜ୍ଞାନ ଆଧାରିତ ଏହି ପୁସ୍ତକ ରଚନା କରିବା କଥା ତାଙ୍କ ମୁଣ୍ଡରେ ପଶିଲା। ସେ ଏହି କାହାଣୀକୁ ଏକ ସେଲ୍ ‌ଫୋନ୍‌ରେ ଲେଖି ପୂରା କରିଛନ୍ତି। ସେ ସେଲ୍‌ ଫୋନ୍‌ରେ ସହଜ ଅନୁଭବ କରି‌ବେ ବୋଲି କହିବା ପରେ ତାଙ୍କ ମାଆ ତାଙ୍କୁ ଏକ ପୁରୁଣା ସେଲ୍‌ ଫୋନ୍‌ ଦେଇଥିଲେ, ଯେଉଁଥିରେ ସେ ଏହି କାହାଣୀ ଲେଖିଛନ୍ତି।

The post ଲକ୍‌ଡାଉନ୍‌ରେ ୮୩ ପୃଷ୍ଠାର ବିଜ୍ଞାନ ଆଧାରିତ ଉପନ୍ୟାସ ଲେଖି ଚର୍ଚ୍ଚାରେ ପଞ୍ଚମ ଶ୍ରେଣୀ ଛାତ୍ର first appeared on Sambad.

from ବିଶେଷ | Sambad https://ift.tt/3fEyDtR

Post a Comment

0 Comments