
ତାରପୁର: ରଘୁନାଥପୁର ବ୍ଲକ୍ ରେଢୁଆ ପଞ୍ଚାୟତ ନୂଆଗଡ଼ର ଶ୍ରୀମତୀ କାଦମ୍ବିନୀ ବେହେରା(୪୪) କିଛି ବର୍ଷ ଭିତରେ ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ପିଲାଟି ଦିନରୁ କିଛି କରିବାର ଦୃଢ଼ ମାନସିକତା, କର୍ତବ୍ୟନିଷ୍ଠା ଆଜି ତାଙ୍କୁ ଜଣେ ସଫଳ ଉଦ୍ୟୋଗୀ ଓ ବହୁମୁଖି ପ୍ରତିଭାର ଅଧିକାରୀଭାବେ ପରିଗଣିତ କରିଛି। ଶ୍ରୀମତୀ ବେହେରା ଚୌଦ୍ବାର ମହାବିଦ୍ୟାଳୟରୁ କଳାରେ ସ୍ନାତକ ପାସ କଲାପରେ କମ୍ପ୍ୟୁଟରରେ ପିଜିଡ଼ିସିଏ କରିଥିଲେ।
ରେଢ଼ୁଆ ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସେହି ଗ୍ରାମର ୧୩ ଜଣ ମହିଳାଙ୍କୁ ନେଇ ୨୦୦୩ରେ ନାରାୟଣୀ ସ୍ବୟ˚ ସହାୟକ ଦଳ ଗଠନ କରିଥିଲେ। ଏହି ଗ୍ରୁପ୍ ସଦସ୍ୟାମାନେ ମାସିକ ୩୦ ଟଙ୍କା ଲେଖାଏଁ ଜମା କରି ଉକ୍ତ ଟଙ୍କାରେ ସାର, ରୋଗପୋକ ଔଷଧ ବ୍ୟବହାର କରି ଗ୍ରାମ୍ୟସ୍ତରରେ କିଛି ଟଙ୍କା ରୋଜଗାର କରି ମହିଳାମାନଙ୍କୁ ରୋଜଗାରର ବାଟ ଦେଖାଇଥିଲେ। ପରବର୍ତୀ ସମୟରେ ଏସବିଆଇ ଜଗତସି˚ହପୁର ଶାଖା ଉକ୍ତ ଗ୍ରୁପ୍କୁ ୫ ଲକ୍ଷ ଟଙ୍କା ଋଣ ଦେଇଥିଲେ। ବିହନ ପ୍ରକ୍ରିୟାକରଣ ମେସିନ୍ କିଣିବା ପାଇଁ ସେ ସମୟରେ ରଘୁନାଥପୁର ବ୍ଲକ୍ର ପ୍ରଥମ ଏସଏଚଜି ଭାବେ ୫ ଲକ୍ଷ ଟଙ୍କା ଋଣ ଆଣି ସୁଧ ମୂଳ ସହ ବ୍ୟାଙ୍କକୁ ପରିଶୋଧ କରିଥିଲେ। ବର୍ତମାନ ସୁଦ୍ଧା ଏହି ବିହନ ପ୍ରକ୍ରିୟାକରଣ ଚାଲୁ ରହିଛି। ଏହି କେନ୍ଦ୍ରର ଉତ୍ପାଦିତ ବିହନ ରାଜ୍ୟ ଓ ରାଜ୍ୟ ବାହାରେ ଆଦୃତ ହୋଇଛି। ପରବର୍ତି ସମୟରେ ନାରାୟଣୀ ମହିଳା ଉଦ୍ୟୋଗ ନାମରେ ଏକ ସ˚ସ୍ଥା କରି ଗ୍ରାମୀଣ ମହିଳାମାନଙ୍କୁ ରୋଜଗାରକ୍ଷମ କରିବାରେ କାଦମ୍ବିନୀ ସଫଳତା ହାସଲ କରନ୍ତି।
ଏହି ମହିଳା ଉଦ୍ୟୋଗ ମାଧୢମରେ ଛତୁଆ, ଇଟିଲି ପାଉଡ଼ର, ବେସନ, ହଳଦୀ, ଜିରା,ଧନିଆ ପାଉଡ଼ର ଇତ୍ୟାଦି ପ୍ରସ୍ତୁତ କରି ତାକୁ ଷ୍ଟଲ ମାଧୢମରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ରୟକରି ମହିଳାମାନଙ୍କୁ ସ୍ବାବଲମ୍ବୀ କରାଉଛନ୍ତି। ଜଗତସି˚ହପୁର ଜିଲ୍ଲାର ଡିଆଇସି, ନାବାର୍ଡ଼, ଏହି ଉଦ୍ୟୋଗ କିମ୍ବା ତାହାର ଉତ୍ପାଦକୁ ଲୋକପ୍ରିୟ କରିବା ପାଇଁ ସାହାଯ୍ୟ ସହଯୋଗ କରୁଛନ୍ତି। ଏହି ନାରାୟଣୀ ଉଦ୍ୟୋଗକୁ ଶ୍ରୀମତୀ ବେହେରା ଆଗକୁ ନେବାପାଇଁ ଜଗତସି˚ହପୁର ଏସବିଆଇ ୫ ଲକ୍ଷ ଟଙ୍କା ଋଣ ଦେଇ ସହାଯୋଗର ହାତ ବଢ଼ାଇଛି।
ଗତ ୨୦୦୩ରେ ଗୋରେଖନାଥ କୃଷକ ମହାସ˚ଘ ଆନୁକୂଲ୍ୟରେ ରାଜ୍ୟ ଓ ରାଜ୍ୟବାହାରଙ୍କୁ ବିହନ ବିକ୍ରି କରିବା ଉଦ୍ଦେଶ୍ୟରେ ସମ୍ମିଳିତ ଉଦ୍ୟମରେ ଗୋରେଖନାଥ ଏଗ୍ରି ପ୍ରଡ଼୍ୟୁସର କମ୍ପାନୀ ଲି. ପ୍ରତିଷ୍ଠା କରାଯାଇଥିବା ବେଳେ ଶ୍ରୀମତୀ ବେହେରା ସେଥିରେ ମହିଳା ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ପ୍ରତିବର୍ଷ ଏହି ସ˚ଗଠନ ୨ହଜାର କ୍ବିଣ୍ଟାଲ ଗୁଣାତ୍ମକ ଧାନ ବିହନ ଉତ୍ପାଦନ କରି ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରି କରିଆସୁଅଛି। ଗତିବର୍ଷ କରୋନା ସମୟରେ ସାରା ଭାରତ ବର୍ଷ ଲକ୍ଡାଉନ୍ ଥିବା ବେଳେ ମହିଳାମାନଙ୍କୁ ସେ ରୋଜଗାର କରିବାରେ ଆଉ ଏକ ଅଭିନବ ପନ୍ଥାଦେଖାଇଥିଲେ।
ଅମୃତ ମହିଳା ଉଦ୍ୟୋଗ ନାମରେ ୫ଟି ପଞ୍ଚାୟତର ୩୦୦ ମହିଳାଙ୍କୁ ନେଇ ଏକ ଯୋଜନା କରିଥିଲେ। ସୀମିତ ସ୍ଥାନରେ ୫ ଟି ଲେଖାଏଁ ଅମୃତଭଣ୍ତା ଗଛ ଲଗାଇବାକୁ ପରାମର୍ଶ ଦେଇ ହାଇବ୍ରିଡ଼ ଅମୃତଭଣ୍ତାର ଚାରା ଉତ୍ପାଦନ କାମକୁ ନିଜେ ତଦାରଖ କରିଥିଲେ। ସେହି ନର୍ସରିରେ ମଧୢ ୫ ଜଣ ମହିଳା କାମ କରି ସେମାନେ ରୋଜଗାରକ୍ଷମ ହୋଇପାରିଛନ୍ତି। ଜଣେ ମହିଳା ୫ ଟି ଗଛ ଲଗାଇ ନିଜ ପରିବାରକୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସହିତ ବଜାରରେ ବିକ୍ରି କରି ରୋଜଗାରକ୍ଷମ ହୋଇ ପାରିଛନ୍ତି। ଏହି ଅମ୍ରିତ ମହିଳା ଉଦ୍ୟୋଗକୁ ଆଗକୁ ନେବାପାଇଁ ଜଗତସି˚ହପୁର ନାବାର୍ଡ଼ ମୁଖ୍ୟ ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ଜୀବିକା ମିସନ ପକ୍ଷରୁ ‘ମୋ ବଗିଚା’ ପାଇଁ ଆବଶ୍ୟକ ଥିବା ସମସ୍ତ ଅମୃତଭଣ୍ତା ଚାରା ବ୍ଲ୍କରେ ଦେବାପାଇଁ ଦାୟିତ୍ବ ଦିଆଯାଇଥିଲା। ବର୍ତମାନ ଶ୍ରୀମତୀ ବେହେରା ଓଏଲଏମ ଦ୍ବାରା ଗଢ଼ାଯାଇଥିବା ଗ୍ରାମ ପ˚ଚାୟତସ୍ତରୀୟ ସ˚ସ୍ଥା ଜିପିଏଲ୍ଏମ୍ ରେଢୁଆ ପ˚ଚାୟତର ସମ୍ପାଦିକା ଦାୟିତ୍ବ ତୁଲାଉଛନ୍ତି। ଏକାଗ୍ରତା, କତବ୍ୟନିଷ୍ଟ ପାଇଁ ତାଙ୍କୁ ଶ୍ରେଷ୍ଠ ଏସଏଚ୍ଜି ଭାବେ ପୁରସ୍କୃତ କରାଯାଇଛି। ଏପରିକି ବିହନ ପ୍ରକ୍ରିୟାକରଣ ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଦ୍ବାରା ରଜ୍ୟସ୍ତରୀୟ ପୁରସ୍କାର ଲାଭ କରିଛନ୍ତି କାଦମ୍ବିନୀ।
The post ୨ ହଜାର କ୍ବିଣ୍ଟାଲ ଧାନ ବିହନ ଓ ଅମୃତଭଣ୍ଡା ଚାରା ଯୋଗାଇଥିଲେ first appeared on Sambad.from ବିଶେଷ | Sambad https://ift.tt/3dBnsPS
0 Comments