ଗୋଟିଏ ଗଛରୁ ୩୦୦ ପ୍ରକାରର ଆମ୍ବ

ଉତ୍ତର ପ୍ରଦେଶ ଅନ୍ତର୍ଗତ ମଲୀହାବାଦର ହାଜୀ କଲୀମୁଲ୍ଲାହ ଖାନ ‘ଭାରତର ଆମ୍ବ ମଣିଷ’ ଭାବେ ପ୍ରସିଦ୍ଧ। ସେ ଏକଧାରରେ ସଫଳ ଉଦ୍ୟାନ ଚାଷୀ ଓ ଉଦ୍ୟାନ କୃଷି ଗବେଷକ। ମାତ୍ର ପନ୍ଦର ବର୍ଷ ବୟସରେ ସେ ବିଦ୍ୟାଳୟ ଛାଡ଼ିଥିଲେ ଏବ˚ ଆଗକୁ ପଢ଼ି ନ ଥିଲେ। ତେବେ, ଅନିସନ୍ଧିତ୍ସୁ ମନ ତାଙ୍କୁ ଜଣେ ସଫଳ ଉଦ୍ୟାନ ଚାଷୀ ଓ ଗବେଷକରେ ପରିଣତ କରିଥିଲା। ତାଙ୍କ ଗବେଷଣାର ଏକ ସୁଫଳ ସ୍ବରୂପ ଗୋଟିଏ ଶହେ ବର୍ଷ ପୁରାତନ ଆମ୍ବ ଗଛରୁ ତିନି ଶହ ପ୍ରକାରର ଆମ୍ବ ମିଳୁଛି। ଅବିଶ୍ବନୀୟ ମନେହେଉଥିଲେ ହେଁ ଏହା ସତ୍ୟ ଏବ˚ ଉଦ୍ୟାନ କୃଷି ବିଶେଷଜ୍ଞମାନେ ତାଙ୍କ ଗବେଷଣାକୁ ସ୍ବୀକୃତି ଦେଇଛନ୍ତି।

ବହୁ ବର୍ଷ ତଳେ ଗୋଟିଏ ଗୋଲାପ ଗଛରେ ବିଭିନ୍ନ ରଙ୍ଗର ଗୋଲାପ ଫୁଲ ଫୁଟୁଥିବା ଦେଖି ହାଜୀ ଉଦ୍ଭିଦ କଲମୀକରଣ ବିଦ୍ୟା ପ୍ରତି ଆଗ୍ରହୀ ହୋଇଥିଲେ। ୧୯୮୭ରେ ଏକ ଆମ୍ବ ଗଛରେ ଏହି ବିଦ୍ୟାର ପ୍ରୟୋଗ ନେଇ ପରୀକ୍ଷା-ନିରୀକ୍ଷା ଆରମ୍ଭ କରିଥିଲେ। ଆଠ ବର୍ଷ ଭିତରେ ସେ ଉଲ୍ଲେଖନୀୟ ସଫଳତା ପାଇଥିଲେ। ୩୦୦ ପ୍ରକାରର ଆମ୍ବ ଫଳୁଥିବା ଗଛଟିର ନାମ- ଅଲ ମୁକର୍ରର। ଖରାଦିନେ ଅଲ ମୁକର୍ରର ବିଭିନ୍ନ ଆକାର, ପ୍ରକାର ଓ ରଙ୍ଗର ଆମ୍ବରେ ଭରିଯାଏ। ସେହି ଦୃଶ୍ୟ ଦେଖିବାକୁ ଅନେକ ଆସନ୍ତି। ଅଲ ମୁକର୍ରରରେ ଫଳୁଥିବା ଆମ୍ବଗୁଡ଼ିକୁ ହାଜୀ ବିକ୍ରି ନ କରି ସ୍ଥାନୀୟ ଲୋକଙ୍କୁ ବାଣ୍ଟିଦେଉଥିବା ପ୍ରକାଶ।

The post ଗୋଟିଏ ଗଛରୁ ୩୦୦ ପ୍ରକାରର ଆମ୍ବ first appeared on Sambad.

from ବିଶେଷ | Sambad https://ift.tt/3g3b26c

Post a Comment

0 Comments