ସାମ୍ନାକୁ ଆସିଲା ଅଭାବନୀୟ ଘଟଣା: ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା

ଭୋପାଳ: ମଧ୍ୟପ୍ରଦେଶରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦେଶରେ ଏବେ କରୋନା ଭୂତାଣୁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମଧ୍ୟପ୍ରଦେଶର‌ ସାଞ୍ଚିରେ ଥିବା ଏକ ଡାକ୍ତରଖାନାରେ ଜଣେ ମାଳୀ ନମୁନା ସଂଗ୍ରହ କରୁଥିବା ଦେଖାଯାଇଛି। ସରକାର ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟପ୍ରଦେଶରେ ଜଣେ ମାଳୀ ନମୁନା ସଂଗ୍ରହ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ସରକାରୀ ଡାକ୍ତରଖାନାରେ ମାଳୀ ଭାବେ କାମ କରୁଥିବା ହଲକେ ରାମଙ୍କୁ ଡାକ୍ତରଖାନା ପକ୍ଷରୁ ସ୍ବାବ ନମୁନା ସଂଗ୍ରହ କରିବା ପାଇଁ ରଖାଯାଇଛି। କେହି କରୋନା ପରୀକ୍ଷା କରାଇବାକୁ ଆସିଲେ ହଲକେ ରାମ ତାଙ୍କୁ ସ୍ବାବ ନମୁନା ସଂଗ୍ରହ କରିବା କିଟ୍ ଧରାଇ ସ୍ବାବ ନମୁନା ସଂଗ୍ରହ କେମିତି କରାଯାଏ, ସେ ବିଷୟରେ ଜଣାଇଥାନ୍ତି। ତାଙ୍କ କହିବାନୁସାରେ ଲୋକେ ନିଜ ନିଜର ସ୍ବାବ ନିଜେ ସଂଗ୍ରହ କରି ପରୀକ୍ଷା ପାଇଁ ଦେଇଥାନ୍ତି।

indiatoday

ତେବେ ଏନେଇ ହଲକେ ରାମ କହିଛନ୍ତି ଯେ, “ମୁଁ ଜଣେ ମାଳୀ । ଏଥିସହ ମୁଁ ଡାକ୍ତରଖାନାର ସ୍ଥାୟୀ କର୍ମଚାରୀ ନୁହେଁ କିନ୍ତୁ ମୁଁ ନମୁନା ସଂଗ୍ରହ କରୁଛି କାରଣ ଡାକ୍ତରଖାନାର ଅନ୍ୟ ସମସ୍ତେ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଡାକ୍ତରଖାନାର ଦାୟିତ୍ୱରେ ଥିବା ବ୍ଲକ ମେଡିକାଲ ଅଧିକାରୀ କହିଛନ୍ତି ଯେ, ଆମେ କ’ଣ କରିପାରିବୁ? ସମସ୍ତ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଛନ୍ତି। କାର୍ଯ୍ୟ ଜାରି ରଖିବାକୁ ଜରୁରୀକାଳୀନ ବିକଳ୍ପ ଭାବରେ ଆମେ ନମୁନା ସଂଗ୍ରହ ପାଇଁ ମାଳୀ ସମେତ ଅନେକ ଲୋକଙ୍କୁ ତାଲିମ ଦେଇଛୁ।

The post ସାମ୍ନାକୁ ଆସିଲା ଅଭାବନୀୟ ଘଟଣା: ମଧ୍ୟପ୍ରଦେଶର ସରକାରୀ ଡାକ୍ତରଖାନାରେ ମାଳୀ ସଂଗ୍ରହ କରୁଛି ସ୍ବାବ ନମୁନା first appeared on Sambad.

from ବିଶେଷ | Sambad https://ift.tt/327If8D

Post a Comment

0 Comments