ମାଗଣାରେ ଜହ୍ନ ଆଡେ ବୁଲିଯିବେ କି? ଏହି କୋଟିପତି ଦେଉଛନ୍ତି ସୁଯୋଗ

ଟୋକିଓ: ମାଗଣାରେ ଜହ୍ନକୁ ବୁଲିଯିବାକୁ ଚାଁହୁଛନ୍ତି କି ? ଯଦି ହଁ ତେବେ ଏହି ଖବରଟି ଆପଣ ପଢିବା ନିହାତି ଦରକାର | କାରଣ ଜାପାନର କୋଟିପତି ୟୁସାକୁ ମାଇଜାୱା କିଛି ଲୋକଙ୍କୁ ମାଗଣାରେ ଚନ୍ଦ୍ର ଯାତ୍ରା କରାଇବାକୁ ଘୋଷଣା କରିଛନ୍ତି | ଏହି ଯାତ୍ରା ପାଇଁ ୮ ଜଣଙ୍କୁ ମନୋନୀତ କରାଯିବ | ଏଥିପାଇଁ ସେ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ମନୋନୀତ ହୋଇଥିବା ଆଠ ଜଣଙ୍କ ସମ୍ପୂର୍ଣ୍ଣ ଯାତ୍ରା ଖର୍ଚ୍ଚ ସେ ବହନ କରିବେ ବୋଲି ୟୁସାକୁ କହିଛନ୍ତି। ୨୦୨୩ ମସିହାରେ ଏଲୋନ୍ ମସ୍କଙ୍କର କମ୍ପାନୀ ସ୍ପେସ୍ ଏକ୍ସ ଏହି ଯାତ୍ରା ବାବଦରେ ଘୋଷଣା କରିଥିବାବେଳେ ୟୁସାକୁ ୮ ଜଣଙ୍କୁ ମାଗଣାରେ ଜହ୍ନ ବୁଲାଇବେ ବୋଲି କହିଛନ୍ତି |

ଜାପାନର ସର୍ବବୃହତ ଅନଲାଇନ ଫ୍ୟାଶନ୍ କମ୍ପାନୀ ଜୋଜୋଟାଉନ୍ ଚଳାଉଥିବା ୟୁସାକୁଙ୍କ ଘୋଷଣା ପରେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି | ଯିଏ ଜହ୍ନ ବୁଲିବାକୁ ଚାଁହୁଛନ୍ତି, ସେମାନେ ପ୍ରି-ରେଜିଷ୍ଟ୍ରେସନ କରିପାରିବେ | ଏହି ମିଶନର ନାମ ‘ଡିୟରମୁନ୍’ ରଖାଯାଇଥିବାବେଳେ ସେଭଳି ଆଠ ଜଣଙ୍କୁ ନେବାକୁ ଚାହାଁନ୍ତି ଯେଉଁମାନେ ବିଭିନ୍ନ ଅଞ୍ଚଳରେ ଉଲ୍ଲେଖନୀୟ କାମ କରନ୍ତି ଏବଂ ଚନ୍ଦ୍ରରୁ ଫେରିବା ପରେ ନିଜ ଅଂଚଳ ପାଇଁ ଆହୁରି ଭଲ କାର୍ଯ୍ୟ କରିବେ |

ଏହି ଯାତ୍ରା ୬ ଦିନ ପାଇଁ ହେବାକୁ ଥିବାବେଳେ ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠକୁ ମଣିଷ ଯାଇପାରିବେ |

The post ମାଗଣାରେ ଜହ୍ନ ଆଡେ ବୁଲିଯିବେ କି? ଏହି କୋଟିପତି ଦେଉଛନ୍ତି ସୁଯୋଗ first appeared on Sambad.



from ବିଶେଷ – Sambad https://ift.tt/2NXwSfU

Post a Comment

0 Comments