୧୨ତାଲାରୁ ଖସି ପଡ଼ୁଥିବା ଶିଶୁକୁ ଦେବଦୂତ ସାଜି ଏପରି ବଞ୍ଚାଇଲେ ଟ୍ରକ ଚାଳକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଭିଏତନାମର ବୋଲି କୁହାଯାଉଛି। ଏହି ଭିଡିଓରେ ଜଣେ ସାମଗ୍ରୀ ଡେଲିଭରି କରୁଥିବା ଟ୍ରକ ଚାଳକ ୧୨ତାଲାର ବାଲକୋନିରୁ ଖସି ପଡୁଥିବା ୨ ବର୍ଷର ଶିଶୁକୁ ଧରି ନେଉଥିବା ଦେଖିବାକୁ ମିଳୁଛି।

ଉକ୍ତ ବ୍ୟକ୍ତିଙ୍କ ଉପସ୍ଥିତ ବୁଦ୍ଧି ହେତୁ ସୌଭାଗ୍ୟବଶତଃ ଶିଶୁର ଜୀବନ ରକ୍ଷା ପାଇ ଯାଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓ ଦେଖିବା ପରେ ଚାଳକଙ୍କୁ ପ୍ରଶଂସା କରୁଛନ୍ତି ।

12वीं मंजिल से गिरी बच्ची, तो 'सुपरमैन' बनकर Delivery Boy ने ऐसे बचाई जान - देखें Viral Video

ସୂଚନାନୁସାରେ, ଏହି ଘଟଣା ସେତେବେଳେ ଘଟିଥିଲା ‌ଯେତେବେଳେ ସାମଗ୍ରୀ ଡେଲିଭରି କରିବା ପାଇଁ ଚାଳକ ଟ୍ରକରେ ବସି ଅପେକ୍ଷା କରିଥିଲେ। ଏତିକି ବେଳେ ସେ ବାଲକୋନିର ଏକ କୋଣରେ ଶିଶୁକୁ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖସି ପଡ଼ିବା ଭୟରେ ସେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ। ଶିଶୁଟି ଯେମିତି ହିଁ ବାଲକୋନିରୁ ହାତ ଛାଡ଼ିଥିଲା ତଳକୁ ଖସି ପଡ଼ିଥିଲା। ଏଭଳି ସମୟରେ ପୂର୍ବରୁ ଦେବଦୂତ ସାଜି ଟ୍ରକ ଚାଳକ ତଳେ ଛିଡ଼ା ହୋଇଥିବାରୁ ସେ ଶିଶୁକୁ ଧରି ନେଇଥିଲେ।

 

ଏହି ଘଟଣାକୁ ନେଇ ଟ୍ରକ ଚାଳକ କହନ୍ତି, ମୁଁ ଭାଗ୍ୟବାନ କି ଶିଶୁଟି ମୋ କୋଳରେ ଖସି ପଡ଼ିଥିଲା। ଏହି ଘଟଣା ସମୟରେ ଶିଶୁ ପାଟିରୁ ରକ୍ତ ବାହାରୁଥିଲା। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ଶିଶୁ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ଏହି ଭିଡିଓ ଇଣ୍ଟରନେଟରେ  ଭାଇରାଲ ହେବାରେ ଲାଗିଛି । ପିଲାଟିର ଜୀବନ ରକ୍ଷା କରିଥିବା ଚାଳକଙ୍କ ନାମ ନଗୁଏନ୍ ନାଗୋସ ବୋଲି ଜଣାପଡ଼ିଛି। ନଗୁଏନଙ୍କ ଏହି କାମ ପାଇଁ ‌ସୋସିଆଲ ମିଡିଆ ବ୍ୟବହାରକାରୀ ତାଙ୍କୁ ବାସ୍ତବ ହିରୋ ବୋଲି କହିଛନ୍ତି।

 

The post ୧୨ତାଲାରୁ ଖସି ପଡ଼ୁଥିବା ଶିଶୁକୁ ଦେବଦୂତ ସାଜି ଏପରି ବଞ୍ଚାଇଲେ ଟ୍ରକ ଚାଳକ first appeared on Sambad.



from ବିଶେଷ – Sambad https://ift.tt/381TDGg

Post a Comment

0 Comments