ସ୍ବଳ୍ପ ବୟସ୍କା ମହିଳା ବାଇକ୍‌ର ଭାବେ ପ୍ରଶଂସକଙ୍କ ମନ ଜିଣିଥିବା ବ୍ୟକ୍ତି ହେଉଛନ୍ତି ଜଣେ ୫୦ ବର୍ଷୀୟ ପୁରୁଷ

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ସବୁ ସମ୍ଭବ। ଜଣେ ୫୦ ବର୍ଷୀୟ ବୟସ୍କ ବ୍ୟକ୍ତି ବି ହୋଇପାରନ୍ତି ସ୍ବଳ୍ପ ବୟସ୍କା ଯୁବତୀ। ଆଜ୍ଞା ହଁ, ଏପରି ଏକ ଘଟଣା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ।

ଜଣେ ସ୍ବଳ୍ପବୟସ୍କା ଜାପାନୀ ଯୁବତୀ ବାଇକର୍‌ ଭାବେ ସୋସିଆଲ୍‌ ମିଡିଆରେ କୁଢ଼ କୁଢ଼ ଫଲୋର୍ସ କମାଇଥିବା ଆକାଉଣ୍ଟଧାରୀ ଜଣକ ବାସ୍ତବରେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ବୋଲି ନିକଟରେ ଜଣାପଡ଼ିବା ପରେ ଏହା ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

 

ସେ ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନିଜକୁ ଜଣେ ଝିଅ ଭାବେ ଉପସ୍ଥାପିତ କରି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଫଲୋର୍ସ ବଢ଼ାଇବାରେ ବ୍ୟସ୍ତ ଥିଲେ। ସେ ସବୁବେଳେ ନିଜ ବାଇକ୍‌ ସମ୍ମୁଖରେ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରୁଥିଲେ। ଯାହାକୁ ହଜାର ହଜାର ଲାଇକ୍‌ ଓ କମେଣ୍ଟ୍‌ ମିଳୁଥିଲା।

 

ସେ ଫେସ୍‌ଆପ୍‌ ଓ ଫଟୋସପ୍‌ ଆଦି ବ୍ୟବହାର କରି ନିଜ ଫଟୋକୁ ଏକ ଯୁବତୀର ଫଟୋର ରୂପ ଦେଉଥିଲେ। ମାତ୍ର ଫ୍ରେବୁଆରି ୧୧ ତାରିଖରେ ସେ ପୋଷ୍ଟ୍‌ କରିଥିବା ଏକ ଫଟୋରେ ତାଙ୍କ ସହ ଜଣାପଡ଼ିଥିଲା। ଆଇନାରେ ତାଙ୍କର ଯେଉଁ ମୁହଁ ଦିଶୁଥିଲା ସେ ଜଣେ ପୁରୁଷ ବୋଲି ବ୍ୟବହାରକାରୀ ସନ୍ଦେହ କରିବା ପରେ ସେ ଗଣମାଧ୍ୟମରେ ସତ ମାନିଛନ୍ତି।

The post ସ୍ବଳ୍ପ ବୟସ୍କା ମହିଳା ବାଇକ୍‌ର ଭାବେ ପ୍ରଶଂସକଙ୍କ ମନ ଜିଣିଥିବା ବ୍ୟକ୍ତି ହେଉଛନ୍ତି ଜଣେ ୫୦ ବର୍ଷୀୟ ପୁରୁଷ first appeared on Sambad.

from ବିଶେଷ | Sambad https://ift.tt/3tBoDW0

Post a Comment

0 Comments