
ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସି˚ଟନ୍ଙ୍କ ସ˚ପର୍କରେ ଚମତ୍କାର ଘଟନାଟିଏ ଜାଣିବା ହେଉ। ୧୭୮୯ର କଥା। ଜଣେ ସରକାରୀ ପରିଚାରକଙ୍କ ଦ୍ବାରା ମାନ୍ହାଟନ୍ ସ୍ଥିତ ‘ନ୍ୟୁୟର୍କ ସୋସାଇଟି ପାଠାଗାର’ରୁ ୱାସିଂଟନ୍ ଦୁଇ ଖଣ୍ତ ପୁସ୍ତକ ମଗାଇଥିଲେ। ସେତେ ବେଳେ ମାନ୍ହାଟନ୍ରେ ସେହି ଗୋଟିକ ପାଠାଗାର ହିଁ ଥିଲା। ଗୋଟିଏ ଥିଲା, ‘ଲ ଅଫ୍ ନେସନ୍ସ’- ଅନ୍ତର୍ଜାତୀୟ ସ˚ପର୍କ ଉପରେ ଲିଖିତ ପୁସ୍ତକ। ଅନ୍ୟଟି ବ୍ରିଟେନ୍ ସ˚ସଦର କିଛି ଆଲୋଚନାର ବିବରଣୀ ଉପରେ ରଚିତ ବହି। ମାସକ ଭିତରେ ସେ ଯୋଡ଼ିକ ପାଠାଗାରକୁ ଫେରିବା ଧାର୍ଯ୍ୟ ଥିଲା। ତେବେ, ୱାସି˚ଟନ୍ ବହି ଯୋଡ଼ିକ ପାଠ କରିବା ପରେ ଫେରାଇବାକୁ ଭୁଲିଯାଇଥିଲେ। ପାଠାଗାର ଖାତାରେ ତାଙ୍କର ସ୍ବାକ୍ଷର ନ ଥିଲା। ସେଥି ପାଇଁ ଉଦ୍ଦିଷ୍ଟ ସ୍ଥାନରେ କେବଳ ‘ରାଷ୍ଟ୍ରପତି’ ବୋଲି ଲେଖାଯାଇଥିଲା। ବହି ଦୁଇଟି ଫେରୁ ନ ଥିବାରୁ ଖାତାରେ ଜରିମାନା ପରିମାଣ ଶତାଧିକ ବର୍ଷ ପର୍ଯ୍ୟନ୍ତ ବଢ଼ିଚାଲିଥିଲା।
୨୦୧୦ରେ ପାଠାଗାରର ଡିଜିଟାଲାଇଜେସନ୍ ଚାଲିଥିବା ବେଳେ ବହି ଫେରାଇ ନ ଥିବାରୁ ୱାସି˚ଟନ୍ଙ୍କ ଉପରେ ଜରିମାନା ଗଡ଼ୁଥିବା ଜଣାପଡ଼ିଥିଲା। ସେତେ ବେଳେ ଜରିମାନା ପରିମାଣ ତିନି ଲକ୍ଷ ଡଲାର୍ରେ ପହଞ୍ଚିସାରିଥିଲା। ତେବେ, ଜରିମାନା କାହାଠାରୁ ଆଦୟ ହେବ? ବିତର୍କ ଆରମ୍ଭ ହୋଇଥିଲା। ବିଭିନ୍ନ ଗଣମାଧ୍ୟମ ଏହାକୁ ରୋଚକ ଶୈଳୀରେ ଉପସ୍ଥାପନ କରିଥିଲେ। ଶେଷରେ ଭର୍ଜିନିଆରେ ୱାସିଂଟନ୍ଙ୍କ ଘରର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିବା ଜଣେ କର୍ମଚାରୀ ଏହା ଜାଣିବା ପରେ ଦୁଇ ଖଣ୍ଡ ନୂଆ ବହି କିଣି, ପାଠାଗାରକୁ ଫେରାଇଥିଲେ। ମୂଳ ବହି କେଉଁଠି କେହି ଜାଣନ୍ତିନାହିଁ।
The post ୨୨୧ ବର୍ଷ ପରେ ଫେରିଥିବା ବହି! first appeared on Sambad.from ବିଶେଷ | Sambad https://ift.tt/2PefoMn
0 Comments