
ମୁମ୍ବାଇ: ବଲିଉଡର ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସୋନୁ ସୁଦ କରୋନା ମହାମାରୀ ସମୟରେ ଦେଶର ପ୍ରକୃତ ହିରୋ ପାଲଟିଯାଇଥିଲେ। ଭୋକିଲା ଲୋକଙ୍କୁ ଖାଇବାକୁ ଦେବା ହେଉ କିମ୍ବା ଶ୍ରମିକମାନଙ୍କୁ ଘର ଛାଡିବା ହେଉ, ସୋନୁ ସବୁ ସ୍ଥାନରେ ଆଗ ଧାଡ଼ିରେ ରହି କାମ କରୁଥିଲେ। ଦେଶ ବ୍ୟତୀତ ସୋନୁ ସୁଦ ବିଦେଶରେ ଫସି ରହିଥିବା ଭାରତୀୟ ଛାତ୍ର ଏବଂ ଶ୍ରମିକମାନଙ୍କୁ ମଧ୍ୟ ଫେରାଇ ଆଣିଥିଲେ। ଏହାକୁ ଆଖି ଆଗରେ ରଖି ସ୍ପାଇସ୍ ଜେଟ୍ ତାଙ୍କୁ ଏକ ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
The phenomenally-talented @SonuSood has been a messiah to lakhs of Indians during the pandemic, helping them reunite with their loved ones, feed their families and more. (1/3) pic.twitter.com/8wYUml4tdD
— SpiceJet (@flyspicejet) March 19, 2021
ସ୍ପାଇସ୍ ଜେଟ୍ ନିଜର ସ୍ୱତନ୍ତ୍ର ବିମାନ ବୋଇଙ୍ଗ ୭୩୭ରେ ଅଭିନେତା ସୋନୁ ସୁଦଙ୍କ ଏକ ବିରାଟ ବଡ଼ ଫଟୋ ଲଗାଇଛି। ଫଟୋରେ ସୋନୁଙ୍କ ସହ କିଛି ଛାତ୍ର, ଶ୍ରମିକ ମଧ୍ୟ ନଜର ଆସିଛନ୍ତି। ଏହା ବ୍ୟତୀତ ଫଟୋରେ ‘ତ୍ରାଣକର୍ତ୍ତା ସୋନୁ ସୁଦଙ୍କୁ ସଲାମ’ ମଧ୍ୟ ଲେଖାଯାଇଛି। ସ୍ପାଇସ୍ ଜେଟ ଲକଡାଉନ୍ ସମୟରେ ସୋନୁ ସୁଦଙ୍କ ସହିତ ମିଶି ବିଦେଶରେ ଫସି ରହିଥିବା ଲୋକଙ୍କୁ ଭାରତ ଆଣିଥିଲା। ଋଷ, ଉଜବେକିସ୍ତାନ, ମାନିଲା, ଆଲମାଟିରେ ଫସି ରହିଥିବା ୧୫୦୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଥିଲେ ସୋନୁ। ସ୍ପାଇସ ଜେଟର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଅଜୟ ସିଂ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଆମେ ସୋନୁ ସୁଦଙ୍କ ସହ କରିଥିବା କାର୍ଯ୍ୟ ପାଇଁ ଗର୍ବିତ।
The post ଲକଡାଉନ ସମୟରେ ସୋନୁ ସୁଦ କରିଥିବା କାମକୁ ସଲାମ କଲା ସ୍ପାଇସ ଜେଟ୍, ବୋଇଙ୍ଗ ୭୩୭ରେ ଲାଗିଲା ସୋନୁଙ୍କ ଫଟୋ first appeared on Sambad.from ବିଶେଷ | Sambad https://ift.tt/38ZcqTb
0 Comments