ବୋତଲ ଘର: ନିର୍ମାଣ ‌ଲାଗି ୬ ମାସ

ନୂଆଦିଲ୍ଲୀ: ବିଚିତ୍ର ସ୍ଥାପତ୍ୟ ସୃଷ୍ଟିରେ ମଣିଷ ସଦା-ସର୍ବଦା ଲାଗିରହିଛି। ନୋଭୋସାକ୍‌ତିନ୍‌ସ୍କର ଓଲ୍‌ଗା କୁଇନ୍‌ ଗୁଡ଼ିଏ କାଚ ବୋତଲ ସ˚ଗ୍ରହ କରି ଫଟୋରେ ପାଠକେ ଦେଖୁଥିବା ଏହି ଘରଟି ନିଜ ହାତରେ ଗଢ଼ିଛନ୍ତି। ଏହା ଏକ ବାସ ଉପଯୋଗୀ ଘର। ଏଥି ପାଇଁ ତାଙ୍କୁ ଲାଗିଥିଲା, ପ୍ରାୟ ଛଅ ମାସ। କାଚ-ଘରଟିକୁ ବଡ଼ ଯତ୍ନରେ ଗଢ଼ିଥିଲେ। ବୋତଲଗୁଡ଼ିକୁ ଖଞ୍ଜିବା ପାଇଁ ସେ ପାଇନ୍‌ କାଠ ଏବ˚ ସିମେଣ୍ଟ୍‌ ବ୍ୟବହାର କରିଥିବା ଜଣାଯାଏ। ଅଧିକ ଶୀତ ହେଉଥିବା ସ୍ଥାନରେ ବୋତଲ ଘରକୁ ଆରାମଦାୟକ କହାଯାଇପାରିବନାହିଁ। ତେବେ, ବୋତଲଗୁଡ଼ିକ ଭିତରେ ବାୟୁ ଥିବାରୁ ତାହା ରୋଧକ ଭଳି କାର୍ଯ୍ୟ କରୁଛି।

treehugger.com

The post ବୋତଲ ଘର: ନିର୍ମାଣ ‌ଲାଗି ୬ ମାସ first appeared on Sambad.



from ବିଶେଷ – Sambad https://ift.tt/2O5DYPv

Post a Comment

0 Comments