ସବୁଠାରୁ ଲମ୍ବା ବିଲେଇ

‘ଗିନିଜ୍‌ ବୁକ୍‌’ ଅନୁଯାୟୀ ଏବେ ଜୀବିତ ଥିବା ବିଶ୍ବର ସବୁଠାରୁ ଲମ୍ବା ବିଲେଇର ନାମ ଲୁଡୋ। ଲୁଡୋର ଲମ୍ବ ୩ ଫୁଟ୍‌ ୧୦.୬ ଇଂଚ୍‌। ଲୁଡୋକୁ ପାଳିଛନ୍ତି ଇଂଲଣ୍ଡ୍‌ ଅନ୍ତର୍ଗତ ୱେକ୍‌ଫିଲ୍‌ଡର କେଲ୍‌ସି ଗିଲ୍‌। ଲୁଡୋ, ମେନ୍‌ କୁନ୍‌ ପ୍ରଜାତିର ବିଲେଇ। ତେବେ, ଲୁଡୋ ସର୍ବକାଳୀନ ଲମ୍ବା ବିଲେଇ ନୁହେଁ। କିଛି ବର୍ଷ ତଳେ ସବୁଠାରୁ ଲମ୍ବା ବିଲେଇ ଥିଲା ଷ୍ଟିଵି। ଷ୍ଟିୱି ମଧ୍ୟ ମେନ୍‌ କୁନ୍‌ ପ୍ରଜାତିର ଥିଲା। ପାଳିଥିଲେ, ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ରେନୋର ରବିନ୍‌ ହେଂଡ୍ରିକ୍‌ସନ୍‌ ଓ ଏରିକ୍‌ ବ୍ରାଣ୍ତ୍‌ସନେସ୍‌।

ବିରାଡ଼ିଟିକୁ ସେମାନେ କିଣିଥିଲେ, ଓରିଗନ୍‌ର ଜଣେ ବିଲେଇ ବିକ୍ରେତାଙ୍କଠାରୁ। ୨୦୦୫ରୁ ବିଲେଇଟି ସେମାନଙ୍କ ନିକଟରେ ଥିଲା ଏବଂ ୨୦୧୩ରେ ମୃତ୍ୟୁବରଣ କରିଥିଲା। ଷ୍ଟିଵିର ଲମ୍ବା ଚାରି ଫୁଟରୁ ସାମାନ୍ୟ ଅଧିକ ଥିଲା। ମେନ୍‌ କୁନ୍‌ ପ୍ରଜାତିର ଗୃହପାଳିତ ବିଡ଼ାଳମାନେ ଲମ୍ବରେ ବେଶ୍‌ ବଢ଼ୁଥିବା ଜଣାଯାଏ।

The post ସବୁଠାରୁ ଲମ୍ବା ବିଲେଇ first appeared on Sambad.



from ବିଶେଷ – Sambad https://ift.tt/2PtnX6b

Post a Comment

0 Comments