
ମୁମ୍ବାଇ: ଲୋକପ୍ରିୟ ମଡେଲ୍ ମିଲିନ୍ଦ ସୋମନ୍ ଲୋକମାନଙ୍କ ନିକଟରେ ତାଙ୍କର ଫିଟ୍ନେସ୍ ପାଇଁ ସଦା ଚର୍ଚ୍ଚାରେ ରହିଥାନ୍ତି। କେବଳ ସେ କାହିଁକି, ତାଙ୍କ ମାଆ ମଧ୍ୟ କିଛି କମ୍ ନୁହଁନ୍ତି। ମିଲିନ୍ଦଙ୍କ ମାଆଙ୍କୁ ୮୦ ବର୍ଷ ହୋଇଥିଲେ ବି ସେ ଏହି ବୟସରେ ୨୦ ଥର ପୁସ୍-ଅପ୍ କରିପାରିବେ ବୋଲି ମିଲିନ୍ଦ ନିକଟରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଆପଣ ଭାବିପାରନ୍ତି ଯେ ଫିଟ୍ନେସ୍ର କଳା ମିଲିନ୍ଦଙ୍କ ରକ୍ତରେ ରହିଛି।
ମିଲିନ୍ଦ ନିକଟରେ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଏକ ସେଲଫି ସେୟାର୍ କରିଛନ୍ତି। ଫଟୋଟିର ବ୍ୟାକ୍ଗ୍ରାଉଣ୍ଡ୍ରେ ମିଲିନ୍ଦଙ୍କର ଜଣେ ପ୍ରଶଂସକ ପୁସ୍-ଅପ୍ କରୁଥିବାର ନଜର ଆସିଛନ୍ତି। ମିଲିନ୍ଦ ଏହି ସେଲ୍ଫି ପଛର କାହାଣୀ ମଧ୍ୟ କହିଛନ୍ତି।
View this post on Instagram
ସେ ଗତ ୧୦ ବର୍ଷ ହେବ ତାଙ୍କର ଯେଉଁ ପ୍ରଶଂସକ ତାଙ୍କୁ ସେଲ୍ଫି ମାଗନ୍ତି ତା ପ୍ରତିବଦଳରେ ମିଲିନ୍ଦ ତାଙ୍କୁ ପୁସ୍-ଅପ୍ କରିବାକୁ କୁହନ୍ତି। ପୁଅ ହୋଇଥିଲେ ସର୍ବନିମ୍ନ ୨୦ ଥର ଓ ଝିଅ ହୋଇଥିଲେ ସର୍ବନିମ୍ନ ୧୫ ଥର ପୁସ୍-ଅପ୍ କରିବାକୁ କହିଥାନ୍ତି ମିଲିନ୍ଦ୍। ସେ ଆହୁରି ବି ପ୍ରକାଶ କରିଛନ୍ତି କି ତାଙ୍କ ମାଆ ପରିଣତ ବୟସରେ ବି ଅତି କମ୍ରେ ୨୦ ଥର ପୁସ୍-ଅପ୍ କରିପାରନ୍ତି। ପ୍ରଶଂସକମାଙ୍କୁ ସେଲ୍ଫି ବଦଳରେ ପୁସ୍-ଅପ୍ କରାଇବା ମିଲିନ୍ଦଙ୍କର ଏକ ପରମ୍ପରା ପାଲଟି ଯାଇଛି ବୋଲି ସେ କହନ୍ତି।
ସେ କହନ୍ତି କି ଏପରି ଖୁବ୍ କମ୍ ବ୍ୟକ୍ତି ଅଛନ୍ତି ଯିଏକି ତାଙ୍କୁ ପୁସ୍-ଅପ୍ କରିବାକୁ ମନା କରନ୍ତି। ଯିଏ ବି ମନା କରନ୍ତି ମିଲିନ୍ଦ ତାଙ୍କୁ କହନ୍ତି ନିଜ ପାଇଁ କୌଣସି ଭଲ କାମ କରିବା ବେଳେ କୁଣ୍ଠା କରିବା କଥା ନୁହେଁ। ପୁସ୍-ଅପ୍ କରିବା ସବୁ ମଣିଷ ପାଇଁ ଜରୁରୀ ବୋଲି କହି ସେ ସମସ୍ତଙ୍କୁ ଏହି ମନ୍ତ୍ର ଦେଇଥାନ୍ତି।
The post କାହିଁକି ଗୋଟାଏ ସେଲ୍ଫି ବଦଳରେ ପୁସ୍-ଅପ୍ କରିବାକୁ ପ୍ରଶଂସକଙ୍କୁ କୁହନ୍ତି ମିଲିନ୍ଦ୍ ସୋମନ୍? first appeared on Sambad.
from ବିଶେଷ | Sambad https://ift.tt/3d6kcvT
0 Comments