ରାସ୍ତାରେ ଜମିଥିବା ପାଣିରେ ଗାଧୋଇବା ସହ ମାଛ ଧରିଲେ ଯୁବକ, ଭିଡିଓ ଭାଇରାଲ ପରେ ହେଲା ରାସ୍ତା ମରାମତି

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା ବଢ଼ିବା ସହ ଶହ ଶହ ଲୋକଙ୍କ ମୃତ୍ୟୁ ଘଟୁଛି। କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ କହିଥିଲେ ଯେ, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟାଠାରୁ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଛି। ‌ବିଭିନ୍ନ କାରଣ ପାଇଁ ସଡ଼କ ଦୁର୍ଘଟଣା ହେଉଥି‌ବା ବେଳେ ସେଥି ମଧ୍ୟରୁ ଗୋଟେ କାରଣ ହେଉଛି ରାସ୍ତାରେ ଥିବା ଖାଲ । ବି‌ଶେଷ କରି ବର୍ଷା ଦି‌ନେ ରାସ୍ତାରେ ଥିବା ଖାଲରେ ପାଣି ଜମିଯିବାରୁ ଲୋକେ ଖାଲ ଥିବା ଜାଣିନପାରି ଦୁର୍ଘଟଣାର ଶିକାର ହୋଇଥାନ୍ତି।

ନିଜ ଅଞ୍ଚଳର ଏଭଳି ସମସ୍ୟାର ସାମାଧାନ ପାଇଁ ଇଣ୍ଡୋନେସିଆର ଜଣେ ଯୁବକ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଅନେକ ଥର ଅଭିଯୋଗ କରିବା ପରେ ମଧ୍ୟ ରାସ୍ତା ମରାମତି ହେଉନଥିବାରୁ ଅମକ ଓହାନ ନାମକ ଜଣେ ଯୁବକ ରାସ୍ତାରେ ଜମିଥିବା ପାଣିରେ ଗାଧୋଇବା ସହ ମାଛ ଧରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ରାସ୍ତାର ମରାମତି କରାଯାଇଥିଲା।

ଭାଇରାଲ ଭିଡିଓରେ ସେ ମୁଣ୍ଡରେ ସାମ୍ପୋ ଲଗାଇ ଗାଧୋଉଥିବା ବେଳେ ଏକ ଚେୟାରରେ ବସି ମାଛ ଧରୁଥିବା ଦେଖାଯାଇଥିଲା।

The post ରାସ୍ତାରେ ଜମିଥିବା ପାଣିରେ ଗାଧୋଇବା ସହ ମାଛ ଧରିଲେ ଯୁବକ, ଭିଡିଓ ଭାଇରାଲ ପରେ ହେଲା ରାସ୍ତା ମରାମତି first appeared on Sambad.

from ବିଶେଷ | Sambad https://ift.tt/3chXxgF

Post a Comment

0 Comments