ଚୌକିରେ ବସି ପ୍ରଥମଥର କେଶ କାଟୁଥିବା ବେଳେ ଦେଖନ୍ତୁ କିଭଳି ପ୍ରତିକ୍ରିୟା ଦେଉଛି ଶିଶୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଶିଶୁମାନଙ୍କ ଭିଡିଓକୁ ବହୁତ ପସନ୍ଦ କରାଯାଇଥାଏ। ଇଣ୍ଟରନେଟରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଯିଏ ଦେଖୁଛନ୍ତି ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଶିଶୁଟି ପ୍ରଥମଥର କେଶ କାଟିବା ପାଇଁ ସେଲୁନ ଯାଇଛି। ସେଲୁନ ଚୌକିରେ ବସିଥିବା ବେଳେ ଶିଶୁଟିକୁ ତାର ମା’ ଧରିଛନ୍ତି। କେଶ କଟିବା ପାଇଁ ବ୍ୟକ୍ତି ଜଣକ ଯେମିତି ହିଁ ଶିଶୁ ମୁଣ୍ଡ ପାଖକୁ କଇଁଚି ଆଣୁଛନ୍ତି ସେ ଏକ ଅଦ୍ଭୁତ ପ୍ରତିକ୍ରିୟା ଦେଇ ହସିବା ଆରମ୍ଭ କରି ଦେଇଥିଲା।

ସାଧାରଣତଃ ଦେଖିବାକୁ ମିଳିଥାଏ କି କେଶ କାଟିବା ସମୟରେ ଶିଶୁମାନେ କାନ୍ଦୁ ଥାଆନ୍ତି। ସେମାନଙ୍କୁ ଅନେକ ବୁଝାଇସୁଝାଇ କେଶ କଟା ଯାଇଥାଏ। କିନ୍ତୁ ଏହି ଶିଶୁଟି କେଶ କାଟିବା ସମୟରେ ଏଭଳି ପ୍ରତିକ୍ରିୟା ଦେଇଛି କି ଯିଏ ଦେଖୁଛନ୍ତି ସେମାନଙ୍କୁ ପସନ୍ଦ ଆସି ଯାଉଛି।

 

ଟୁଇଟରରେ ଭିଡିଓ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘୬ମାସର ଶିଶୁ କେଶ କଟାଯିବା ସମୟ‌ରେ ମଜା ନେଉଛି।’ ଏହି ଭିଡିଓକୁ ୨୦ମାର୍ଚ୍ଚରେ ସେୟାର କରାଯାଇଛି। ଯାହାକୁ ଏଯାବତ ୫୦ହଜାରରୁ ଊର୍ଧ୍ବ ଲୋକ ଦେଖି ସାରିଲେଣି।

 

 

 

The post ଚୌକିରେ ବସି ପ୍ରଥମଥର କେଶ କାଟୁଥିବା ବେଳେ ଦେଖନ୍ତୁ କିଭଳି ପ୍ରତିକ୍ରିୟା ଦେଉଛି ଶିଶୁ first appeared on Sambad.

from ବିଶେଷ | Sambad https://ift.tt/3f4Dp3z

Post a Comment

0 Comments