
ନୂଆଦିଲ୍ଲୀ: ଆପଣଙ୍କ କେଶ ଚୀନ ଯାଉଛି, ଆଉ ସେଠାରେ ବ୍ୟବହାର ହୋଇ ପୁଣି ଭାରତକୁ ଆସୁଛି | କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି ନା, କିନ୍ତୁ ଏକଥା ଏକଦମ ସତ | ଭାରତରୁ ଚୀନକୁ ଚୋରାଚାଲାଣ ହେଉଥିବାବେଳେ ଜବତ ହୋଇଛି ବିପୁଳ କେଶ, ଆଉ ଏହା ପରେ ହିଁ ଏବାବଦରେ ଜଣାପଡିଛି | ଭାରତର ମହିଳାମାନେ କେଶ କାଟିବା ପାଇଁ ପାର୍ଲରରେ ବହୁ ଅର୍ଥ ଖର୍ଚ୍ଚ କରନ୍ତି, କିନ୍ତୁ କେହି କେବେ ଭାବି ନଥିବେ ଯେ କେଶ କାଟିବା ପରେ ଚୀନରୁ ୱିଗ୍ ରୂପରେ ଏହା ପୁଣି ଭାରତୀୟ ବଜାରକୁ ଫେରିଆସୁଛି | ମିଜୋରାମ ଦେଇ ଭାରତରୁ କେଶ ଚୋରା ଚାଲାଣ କରାଯାଉଛି।
ତିରୁପତିରୁ ମିଆଁମାର, ଥାଇଲ୍ୟାଣ୍ଡ ଦେଇ କେଶକୁ ବେଆଇନ ଭାବେ ପରିବହନ କରାଯାଏ | ଚୀନରେ ଏହି କେଶରୁ ୱିଗ୍ ତିଆରି କରାଯାଇଥାଏ। ଫେବୃଆରୀ ମାସରେ ଆସାମ ରାଇଫଲ୍ସ ପ୍ରଥମେ ମିଜୋରାମରେ ମାନବ କେଶର ଏକ ଟ୍ରକକୁ ଧରିଥିଲା ଯାହା ବେଆଇନ ଭାବେ ସୀମା ପାର ହୋଇ ମିଆଁମାରରୁ ଚୀନକୁ ପଠାଯାଉଥିଲା। ଏହି ମାନବ କେଶର ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ଆକଳନ କରାଯାଇଛି। ମିଳିଥିବା ସୂଚନା ମୁତବକ ଏହି କେଶ ତିରୁପତି ମନ୍ଦିରରୁ ଅଣାଯାଇଥିଲା ଓ ମିଆଁମାର ସୀମାରୁ ଧରାପଡିଥିଲା |
ଟ୍ରକରେ ୫୦ କିଲୋଗ୍ରାମ କେଶ ଯାଉଥିବାବେଳେ ୧୨୦ଟି ବ୍ୟାଗରେ ଭର୍ତ୍ତି କରାଯାଇଥିଲା | ଯାହାର ମୂଲ୍ୟ ପ୍ରାୟ ୨ କୋଟି ଥିଲା। ଆସାମ ରାଇଫଲର କମାଣ୍ଡିଂ ଅଫିସର କର୍ଣ୍ଣଲ ବିପ୍ଳବ ତ୍ରିପାଠୀ କହିଛନ୍ତି ଯେ ତିରୁପତିରୁ ଏହି କେଶ ଅଣାଯାଇଥିଲା, ଯାହା ମିଜୋରାମରୁ ମିଆଁମାର ଏବଂ ଥାଇଲ୍ୟାଣ୍ଡ ଦେଇ ଚୀନ୍ ପଠାଯାଉଥିଲା। ଏହି ସବୁ କେଶ ଚୀନର ୱିଗ୍ କାରଖାନାକୁ ଯାଇଥାଏ ଏବଂ ୱିଗ୍ ତିଆରି କରି ସମଗ୍ର ବିଶ୍ୱରେ ବହୁତ ମହଙ୍ଗା ମୂଲ୍ୟରେ ବିକ୍ରି ହୁଏ |
The post ଚୀନ ପହଁଚୁଛି ଆପଣଙ୍କ କେଶ, ଭାରତରୁ ଚୋରାଚାଲାଣ ହେଇ ଯାଉଛି ଟ୍ରକ ଟ୍ରକ କେଶ first appeared on Sambad.from ବିଶେଷ | Sambad https://ift.tt/2P4HObM
0 Comments