କରୋନା ସମୟରେ ବେରୋଜଗାର ହୋଇଥିଲେ ବି ବ୍ୟାଙ୍କ ଋଣ ନେଇ ‌ଅସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ତାମିଲନାଡୁ ଦମ୍ପତ୍ତି

ଚେନ୍ନାଇ: ଗତବର୍ଷ ଭାରତକୁ କରୋନା ଭୂତାଣୁ ଆସିବା ସହ ଦେଶରେ ବଡ଼ ପରିବର୍ତ୍ତନ ଆସିଥିଲା। ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ କରିଥିଲେ। ସବୁ ବନ୍ଦ ହେବା ପରେ ରାସ୍ତା ଖାଁ ଖାଁ ହେବା ସହ ଲୋକେ ଖାଇବା ପାଇଁ ଡ଼ହଳ ବିକଳ ହୋଇଥିଲେ। ବାହାରେ ରହି କାମ କରୁଥି‌ବା ଲୋକେ କାମ ବନ୍ଦ ହେବା ପରେ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ଅନେକ ଲୋକ କରୋନା ସମୟରେ ବେରୋଜଗାର ହୋଇ ଜୀବନ ହାରିଥିବା ବେଳେ ତାମିଲନାଡୁରେ ରହୁଥିବା ଚନ୍ଦ୍ରଶେଖର ଏବଂ ପୁଷ୍ପରାଣୀ  ଅସହାୟ ଲୋକଙ୍କ ମଧ୍ୟରେ ନିଜର ଖୁସି ଖୋଜିବାର ଚେଷ୍ଟା ଆରମ୍ଭ କରିଥିଲେ।

couple feed the needy daily
thebetterindia

କରୋନା ସମୟରେ ଚନ୍ଦ୍ରଶେଖର ବେରୋଜଗାର ହୋଇଯାଇଥିବା ବେଳେ ସଞ୍ଚୟ କରି ରଖିଥିବା ଟଙ୍କାରେ ଘର ଚଳାଇବା ଆରମ୍ଭ କରିଥିଲେ। ହେଲେ ଭୋକ ଉପାସରେ ରହୁଥିବା ଲୋକଙ୍କ ପାଇଁ କିଛି କରିବାର ଲକ୍ଷ୍ୟ ନେଇ ଚନ୍ଦ୍ରଶେଖର ଅଗଷ୍ଟ ୨୦୨୦ରେ ବ୍ୟାଙ୍କରୁ ୫୦,୦୦୦ଟଙ୍କାର ଋଣ ଆଣିଥିଲେ। ଏହି ଟଙ୍କାରେ ସେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ୧ଟଙ୍କାରେ ଇଡ଼ଲୀ ଏବଂ ଚଟଣୀ ଲୋକଙ୍କୁ ଦେଉଥିବା ବେଳେ ଦିନ ୧୨ଟାରୁ ୩ଟାପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ଦେବା ଆରମ୍ଭ କରିଥିଲେ, ଯାହାର ଦାମ ୫ଟଙ୍କା ଥିଲା। ଦିନକୁ ସେ ୬,୦୦୦ଟଙ୍କା ଖର୍ଚ୍ଚ କରି ୪୦୦ଲୋକଙ୍କୁ ଖାଇବାକୁ ଦେଉଥିଲେ। ଏବେ ପର୍ଯ୍ୟନ୍ତ ମଧ୍ୟରେ ଚନ୍ଦ୍ରଶେଖର ଏବଂ ପୁଷ୍ପରାଣୀ  ନିଜର ଅଭିଯାନ ଜାରି ରଖିଛନ୍ତି। ଭୋକିଲା ପେଟରେ ମୁଠେ ଦାନା ଦେବାର ଲକ୍ଷ୍ୟ ତାଙ୍କୁ ଆଜି ପ୍ରଶଂସାର ପାତ୍ର ବନାଇଛି।

The post କରୋନା ସମୟରେ ବେରୋଜଗାର ହୋଇଥିଲେ ବି ବ୍ୟାଙ୍କ ଋଣ ନେଇ ‌ଅସହାୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି ତାମିଲନାଡୁ ଦମ୍ପତ୍ତି first appeared on Sambad.

from ବିଶେଷ | Sambad https://ift.tt/3rri7Ql

Post a Comment

0 Comments