
ନୂଆଦିଲ୍ଳୀ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମାର୍ଚ ୮ ତାରିଖରେ ମହିଳାମାନଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଏହିଦିନ ସାରା ବିଶ୍ବରେ ପାଳିତ ହୋଇ ଆସୁଛି। ଏହି ଦିବସ ଅବସରରେ ଚାଲନ୍ତୁ ଜାଣିବା ମହିଳାମାନଙ୍କୁ ନେଇ ରହିଥିବା କିଛି ଗୁରୁତ୍ବପୂର୍ଣ୍ଣ ବାଣୀ।
ଜଣେ ଆକର୍ଷଣୀୟ ମହିଳା କେବେ ଭିଡ଼କୁ ଅନୁସରଣ କରନ୍ତି ନାହିଁ; ସେ ନିଜେ ଏକ ଭିଡ଼: ଲୋରେଟା ୟୋଙ୍ଗ୍
ଜଣେ ମହିଳା ଯାହା କରିପାରେ ତାହାର କୌଣସି ସୀମା ନାହିଁ, ତାହା ପୁରୁଷଙ୍କ କଳ୍ପନା ବହାରେ: ମିସେଲ୍ ଓବାମା
ଜଣେ ମହିଳା ପୂରା ବିଶ୍ବକୁ ବଦଳାଇପାରିବ ନାହିଁ, ମାତ୍ର ପାଣିକୁ ଟେକା ମାରି ପୂରା ପୋଖରୀରେ ଭଉଁରୀ ତ ଖେଳାଇ ପାରିବ: ମଦର ଟେରେସା
ଜଣେ ମହିଳାଙ୍କୁ ୨ଟି କଥା ବୁଝିବା ଉଚିତ, ସେ କିଏ ଓ ସେ କ’ଣ ଚାହେଁ: କୋକୋ ଚାନେଲ୍
ନାରୀବାଦ ମହିଳାଙ୍କୁ ଶକ୍ତିଶାଳୀ ବନାଏ ନାହିଁ, ବରଂ ମନେ ପକାଇ ଦିଏ ଯେ ଜଣେ ମହିଳା କେତେ ଶକ୍ତିଶାଳୀ: ଜିଡି ଆଣ୍ଡର୍ସନ୍
ଜଣେ ମହିଳା ପାଇଁ ତା’ର ସର୍ବୋତ୍ତମ ସୁରକ୍ଷା ହେଉଛି ନିଜର ସାହସ: ଏଲିଜାବେଥ୍
ଯେଉଁଠାରେ ମହିଳା ରୁହନ୍ତି, ସେଠାରେ ପ୍ରତିକ୍ଷଣରେ ଯାଦୁ ଘଟେ: ନଟୋଜେକ୍ ସେଞ୍ଜ୍
ମହିଳାମାନେ ସର୍ବଦା ନିଜର ମଥା ଓ ନିଜର ସ୍ତର ଉଚ୍ଚ ରଖନ୍ତୁ: କୋକୋ ଚାନେଲ୍
ସବୁକିଛି ପରେ ନିଜ ଜୀବନରେ ନିଜେ ଜଣେ ନାୟିକା ପରି ବଞ୍ଚନ୍ତୁ, ପୀଡ଼ିତା ପରି ନୁହେଁ: ନୋରା ଏଫୋରନ୍
ଯେତେବେଳେ ଜଣେ ମହିଳା ମନେ ପକାଇ ପାରନ୍ତି ସେ ପୂର୍ବରୁ କିପରି ଥିଲେ, ସେତେବେଳେ ପୂରା ଖେଳ ବଦଳିପାରେ: ଲଲାହ ଦେଲିୟା
The post ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାଣନ୍ତୁ ମହିଳାଙ୍କୁ ନେଇ ରହିଥିବା ଏହି ସବୁ ଗୁରୁତ୍ବପୂର୍ଣ୍ଣ ବାଣୀ first appeared on Sambad.
from ବିଶେଷ – Sambad https://ift.tt/30nNL68
0 Comments