
ନୂଆଦିଲ୍ଲୀ: ବିମାନ ମଧ୍ୟରେ ବନ୍ଧା ହେଲେ ଯାତ୍ରୀ। ଉଡ଼ାଣ ପରେ ବାରମ୍ବାର ନିଜକୁ ଉଲଗ୍ନ କରିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ଯାତ୍ରୀଙ୍କୁ ବିରକ୍ତ ହୋଇ ତାଙ୍କ ସିଟରେ ବାନ୍ଧି ଦେଲେ ଫ୍ଲାଇଟ ଆଟେଣ୍ଡାଣ୍ଟ। ଫ୍ଲାଇଟ ଆଟେଣ୍ଡାଣ୍ଟଙ୍କ ସହ କିଛି ଯାତ୍ରୀମାନେ ମିଶି ମହିଳାଙ୍କୁ ବାନ୍ଧିଥିବା ଜଣାପଡ଼ିଛି। ମହିଳା ଯାତ୍ରୀ ସିଟରେ ବନ୍ଧା ହୋଇଥିବାର ଏକ ଫଟୋ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ମିଳିଥିବା ସୁଚନା ମୁତାବକ, ଋଷର ସହର ଭ୍ଲାଡିଭୋଷ୍ଟୋକରୁ ବିମାନ ଉଡ଼ାଣ କରିବା ପରେ ଡ୍ରଗ୍ସ ନେଇଥିବା ମହିଳା ଯାତ୍ରୀଜଣକ ନିଜ ସିଟରୁ ଉଠିଯିବା ସହ ଚାଲିବା ଆରମ୍ଭ କରିଥିଲେ। ଏହା ପରେ ଅନ୍ୟ ଯାତ୍ରୀଙ୍କ ସାମ୍ନାରେ ନିଜର ପୋଷାକ କାଢ଼ିବା ସହ ପୁଣି ତାକୁ ପିନ୍ଧିଥିଲେ। ଏଭଳି ନକରିବାକୁ କେବିନ କ୍ରୁ ମନା କରିଥିଲେ ମଧ୍ୟ ମହିଳାଜଣକ କାହା କଥା ଶୁଣି ନଥିଲେ। ଏହା ପରେ ଯାତ୍ରୀଜଣକ କାହାକୁ ଯେମିତି କ୍ଷତି ନପହଞ୍ଚାନ୍ତି, ସେଥିପାଇଁ ଫ୍ଲାଇଟ ଆଟେଣ୍ଡାଣ୍ଟ କିଛି ଯାତ୍ରୀଙ୍କ ସହ ମିଶି ମହିଳାଙ୍କୁ ତାଙ୍କ ସିଟରେ ବାନ୍ଧି ଦେଇଥିଲେ। ବିମାନରେ ଥିବା ଦଉଡ଼ି ଏବଂ ଟେପରେ ତାଙ୍କୁ ବନ୍ଧାଯାଇଥିଲା। ନୋଭୋସିବିରସ୍କର ଟୋଲମାଚେଭୋ ବିମାନବନ୍ଦରରେ ବିମାନ ଅବତରଣ କରିବା ପର୍ଯ୍ୟନ୍ତ ମହିଳାଙ୍କୁ ବାନ୍ଧି ରଖାଯାଇଥିଲା। ବିମାନ ଅବତରଣ କରିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା ପୁଲିସ। ଗିରଫ କରି ପୁଲିସ ପଚରାଉଚରା କରିବା ପରେ ଡ୍ରଗ୍ସ ନେଇଥିବା କଥା ସ୍ବୀକାର କରିଛନ୍ତି ମହିଳା।
The post ବିମାନ ମଧ୍ୟରେ ନିଜକୁ ଉଲଗ୍ନ କରିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ସିଟରେ ବାନ୍ଧି ଦେଲେ ଫ୍ଲାଇଟ ଆଟେଣ୍ଡାଣ୍ଟ first appeared on Sambad.
from ବିଶେଷ – Sambad https://ift.tt/3l0ghUJ
0 Comments