
ନୂଆଦିଲ୍ଲୀ: ସମୟ ସମୟରେ ଏମିତି ଅନେକ ଘଟଣା ସାମ୍ନାକୁ ଆସେ। ଲୋକେ ବାଟବଣା ହୋଇ ଜଙ୍ଗଲ ଭିତରେ ନଚେତ ସମୁଦ୍ର ମଝିରେ ଫସି ଯାଇଥାଆନ୍ତି। ଆଉ ସେଠାରେ ନା କିଛି ପିନ୍ଧିବାକୁ ପାଇଥାଆନ୍ତି ନା ଖାଇବାକୁ।
ଯଦି ସେମାନଙ୍କ ଭାଗ୍ୟ ଭଲ ଥାଏ ତେବେ ସେଭଳି ସ୍ଥାନରୁ ଉଦ୍ଧାର ହୋଇଥାଆନ୍ତି । ନଚେତ ସେଠାରେ ସେମିତି ଭୋକ ଉପବାସରେ ପଡ଼ି ରହିଥାଆନ୍ତି। ବେଳେବେଳେ ଭୋକ ସମ୍ଭାଳି ନପାରି ପୋକଜୋକ ଖାଇବି ବର୍ଷବର୍ଷ ଧରି ଜୀବନ କାଟିଥିବା ଖବର ସାମ୍ନାକୁ ଆସିଥାଏ।
ଏମିତି ଏକ ଘଟଣା ନିକଟରେ ଜଣେ ପାଇଲଟଙ୍କ ସହ ଘଟିଛି। ୩୬ବର୍ଷର ଜଣେ ପାଇଲଟ ଆମାଜନର ବିପଦପୂର୍ଣ୍ଣ ଜଙ୍ଗଲରେ ଫସି ଯାଇଥିଲେ। ତେବେ ବହୁ କଷ୍ଟରେ ସେ ଘରେ ଆସି ପହଞ୍ଚିଛନ୍ତି। ତେବେ ଆସନ୍ତୁ ଜାଣିବା ଉକ୍ତ ପାଇଲଟଙ୍କ ଆମାଜନ ଜଙ୍ଗଲରେ କିପରି କଟିଥିଲା ଦିନ….

ଅଣ୍ଟୋନିୟୋ ସେନା ନାମରେ ଜଣେ ପାଇଲଟ ଗତ ପାଞ୍ଚ ସପ୍ତାହ ଧରି ଆମାଜନର ବିପଦପୂର୍ଣ୍ଣ ଜଙ୍ଗଲରେ ଫସି ଯାଇଥିଲେ। ଏହି ପାଞ୍ଚ ସପ୍ତାହ ଧରି ସେ କିଛି ଖାଇବାକୁ ପାଇ ନଥିଲେ। ଶେଷରେ ଭୋକ ସମ୍ଭାଳି ନପାରି ଜଙ୍ଗଲରୁ ମିଳିଥିବା କିଛିଫଳ ଓ ପକ୍ଷୀଙ୍କ ଅଣ୍ଡା ଖାଇ ଦିନ କାଟିଥିଲେ।
ଅଣ୍ଟୋନିୟୋ ଜାନୁଆରି ୨୮ ତାରିଖରୁ ନିଖୋଜ ଥିଲେ। ସେ ପର୍ତ୍ତୁଗାଲର ଏଲେଙ୍କେର ସହରରୁ ଯାତ୍ରା ଆରମ୍ଭ କରିଥିଲେ ଓ ଏଲମେରିୟମ ସହର ଯାଉଥିଲେ। ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ବିମାନରେ ନିଆଁ ଲାଗି ଯାଇଥିଲା। ଏହାପୂର୍ବରୁ ସେ ଉପସ୍ଥିତ ବୁଦ୍ଧି ଖଟାଇ ଏକ ବ୍ୟାଗରେ କିଛି ବ୍ରେଡସ ଓ ଜରୁରୀ ସାମଗ୍ରୀ ରଖି ଦେଇଥିଲେ।

ଅଣ୍ଟୋନିୟୋ ବିମାନ ଦୁର୍ଘଟଣାରୁ ତ ବଞ୍ଚିଯାଇଥିଲେ କିନ୍ତୁ ସେ ଆମାଜନର ନିଛାଟିଆ ଜଙ୍ଗଲରେ ଫସି ଯାଇଥିଲେ। ଅଣ୍ଟୋନିୟୋ ନିଖୋଜ ହେବା ପରେ ଉଦ୍ଧାରକାରୀ ଦଳ ସକ୍ରିୟ ହୋଇ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଅଣ୍ଟୋନିୟୋ ଉଦ୍ଧାର ହେବା ପର୍ଯ୍ୟନ୍ତ ପକ୍ଷୀଙ୍କ ଅଣ୍ଡା ଓ ଜଙ୍ଗଲର ଫଳମୂଳ ଖାଇ ନିଜ ଭୋକ ମେଣ୍ଟାଇବାକୁ ଚେଷ୍ଟା କରିଥିଲେ।
ପ୍ରତିଦିନ ପାଇଲଟ ସାହାଯ୍ୟ ଅପେକ୍ଷାରେ ରହିଥାଆନ୍ତି। ଏହି ସମୟରେ ସୌଭାଗ୍ୟବଶତଃ ତାଙ୍କୁ ଉଦ୍ଧାରକାରୀ ଦଳ ତାଙ୍କୁ ଠାବ କରିଥିଲେ । ସେ ଉଦ୍ଧାରକାରୀ ଦଳଙ୍କୁ ଭେଟିବା ପରେ ଭୋଭୋ ହୋଇ କାନ୍ଦି ଉଠିଥିଲେ । ଉଦ୍ଧାର ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇ ଏବେ ପରିବାର ପାଖକୁ ଫେରିଛନ୍ତି ଅଣ୍ଟୋନିୟୋ।
The post ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆମାଜନର ବିପଦପୂର୍ଣ୍ଣ ଜଙ୍ଗଲରେ ଫସି ଯାଇଥିଲେ ପାଇଲଟ; ପକ୍ଷୀଙ୍କ ଅଣ୍ଡା ଖାଇ ମେଣ୍ଟାଉଥିଲେ ଭୋକ first appeared on Sambad.
from ବିଶେଷ – Sambad https://ift.tt/38mu5DU
0 Comments