
ନୂଆଦିଲ୍ଲୀ: ଜୀବନରେ ମା’-ବାପାଙ୍କ ଠାରୁ ବଡ଼ କେହି ବି ହୋଇ ନଥାଆନ୍ତି। ମହାମାରୀ କରୋନା କାଳରେ ଅନେକ ନିଜର ଆତ୍ମୀୟ ଲୋକଙ୍କୁ ହରାଇ ଦେଇଛନ୍ତି। ଆହୁରି ଏମିତି ରୋଗୀ ବି ଅଛନ୍ତି ଯେଉଁମାନେ ନିଜର ପରିବାର ସଦସ୍ୟଙ୍କୁ ନଦେଖି ହସ୍ପିଟାଲ ବିଛଣାରେ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି। ଏଣିକି ଯେଉଁଠାରେ କରୋନା ସଂକ୍ରମଣ ଥମି ନାହିଁ ସେଠାରେ ରୋଗୀଙ୍କୁ ନିଜ ସମ୍ପର୍କୀୟ ଭେଟି ପାରୁ ନାହାନ୍ତି। ଏମିତିରେ ଜଣେ ଝିଅ ନିଜର ରୋଗଗ୍ରସ୍ତ ପିତାଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ହିଁ ସଫେଇ କାମ କରିବା ଆରମ୍ଭ କରି ଦେଇଛନ୍ତି। ଏହି ଦୃଶ୍ୟ ବାସ୍ତବରେ ହୃଦୟସ୍ପର୍ଶୀ।
ପ୍ରକାଶିତ ଖବର ମୁତାବକ, ଲିସା ରାସିନେ ନାମକ ଜଣେ ମହିଳା ପେସାରେ ଜଣେ ପ୍ରୋଜେକ୍ଟ ମ୍ୟାନେଜର । ସେ ଏକ ପ୍ରିଣ୍ଟିଂ କମ୍ପାନିରେ କାମ କରନ୍ତି। ଏଥିସହ ସେ ଅନ୍ୟ ଏକ କମ୍ପାନିରେ ପାର୍ଟ ଟାଇମ କାମ ବି କରୁଥିଲେ। ପୁଣି ଲିସା ସପ୍ତାହକୁ ତିନିରୁ ଚାରି ରାତି ହସ୍ପିଟାଲରେ କାମ କରି ବିତାଇ ଥାଆନ୍ତି। ସେ ଏପରି ଏଥିପାଇଁ କରିଥାଆନ୍ତି କି ତାଙ୍କ ୮୭ବର୍ଷୀୟ ରୋଗଗ୍ରସ୍ତ ବାପାଙ୍କ ସହିତ ଅଧିକରୁ ଅଧିକ ସମୟ ବିତାଇ ପାରିବେ।

ହସ୍ପିଟାଲରେ ଏହି ରୋଗଗ୍ରସ୍ତ ବୃଦ୍ଧଙ୍କ ଝିଅ ରେଫ୍ରିଜେରେଟର୍ସରେ ଷ୍ଟକ ଭରିବା, ବାସନ ସଫା କରିବା, ସଫାସୁତୁରା ରଖିବା, ଖାଦ୍ୟ ପରଷିବା ଆଦି କାମ ଡିସେମ୍ବର ୧ ତାରିଖରୁ କରୁଛନ୍ତି। ଏହା ପୂର୍ବରୁ ସେ ନିଜ ପିତାଙ୍କୁ କେବଳ ଝରକା ଦେଇ ଦେଖି ପାରୁଥିଲେ। ଦୂରରୁ ନିଜ ପିତାଙ୍କୁ ଦେଖି ତାଙ୍କ ମନ ନ ଭରିବାରୁ ସେ ହସ୍ପିଟାଲରେ ହିଁ କାମ କରିବାକୁ ସ୍ଥିର କରିଥିଲେ। କାରଣ ଏପରି କରିବା ଦ୍ବାରା ସେ ନିଜ ବାପାଙ୍କ ପାଖକୁ ସହଜରେ ଯାଇ ପାରିବେ।
The post ନିଜର ଅସୁସ୍ଥ ବାପାଙ୍କୁ ପ୍ରତିଦିନ ଦେଖିବାକୁ ହସ୍ପିଟାଲ ସଫା କରିବାକୁ ଲାଗିଲା ଝିଅ first appeared on Sambad.
from ବିଶେଷ – Sambad https://ift.tt/3t4DjfW
0 Comments