ଦେଖନ୍ତୁ କିପରି ନିଜ କାନ୍ଧରେ ମଇଁଷି ଓ ଘୋଡ଼ାକୁ ଉଠାଇ ନେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସଂପ୍ରତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଜଣେ ବ୍ୟକ୍ତି ଅତି ସହଜରେ ମଇଁଷି, ଘୋଡା ଓ ଓଟକୁ ନିଜ କାନ୍ଧରେ ଟେକି ଦେଉଛନ୍ତି।

ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ୟୁକ୍ରେନର ବାସିନ୍ଦା ଓ ତାଙ୍କ ନାମ ଦମୟାଟ୍ରୋ ଖାଲାଦଜହି ବୋଲି ଜଣାପଡ଼ିଛି। ଦମୟାଟ୍ରୋ ଯେ କେବଳ ମଇଁଷିକୁ ନିଜ କାନ୍ଧରେ ଉଠାଉଛନ୍ତି ତାହା ନୁହେଁ, ସେ ଘୋଡା ଓ ଓଟ ଭଳି ବଡ଼ବଡ଼ ପଶୁଙ୍କୁ ନିଜ କାନ୍ଧରେ ଆତି ସହଜରେ ଟେକି ପକାଉଛନ୍ତି। ସେ ଏକାଥରକେ ୧୫୦ କିଲୋରୁ ଅଧିକ ଓଜନ ଟେକି ପାରନ୍ତି ବୋଲି କୁହାଯାଏ।

 

ଦମୟାଟ୍ରୋଙ୍କ ଏଭଳି ଶକ୍ତି ଦେଖି ଲୋକମାନେ ତାଙ୍କୁ ଭୀମ ବୋଲି ନାମ ଦେଇଛନ୍ତି। ତାଙ୍କ ନାମରେ ୬୩ ଗିନିଜ୍ ୱାର୍ଲଡ ରେକର୍ଡ ମଧ୍ୟ ରହିଛି। ତାଙ୍କୁ ଅନେକ ପୁରସ୍କାରରେ ବି ସମ୍ମାନିତ କରାଯାଇଛି। ୨୦୧୩ରେ ଫିଲ୍ମ ‘ଇଭାନ’ରେ ସେ ମୁଖ୍ୟ କଳାକାର ଭାବେ ଅଭିନୟ କରିଥିଲେ।

କିଛି ଦିନ ତଳେ ୪୧ ବର୍ଷ ବୟସ୍କ ଦମୟାଟ୍ରୋଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଏକାଥରେ ୬ଜଣଙ୍କୁ ଟେକି ପକାଇଥିଲେ।

The post ଦେଖନ୍ତୁ କିପରି ନିଜ କାନ୍ଧରେ ମଇଁଷି ଓ ଘୋଡ଼ାକୁ ଉଠାଇ ନେଉଛନ୍ତି ଏହି ବ୍ୟକ୍ତି first appeared on Sambad.



from ବିଶେଷ – Sambad https://ift.tt/3qxl6G6

Post a Comment

0 Comments