ଜେଲ ପରିସରରେ ଥିବା ୬ଟି ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ୧୦୦ରୁ ଅଧିକ କଏଦୀ

ନୂଆଦିଲ୍ଲୀ: ଜେଲରେ ଦଣ୍ଡ କାଟୁଥିବା କଏଦୀଙ୍କ ଜୀବନକୁ ସୁଧାରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର କାମରେ ନିୟୋଜିତ କରାଯାଇଛି ଓ କରାଯାଉଛି ମଧ୍ୟ। ଏମିତିରେ ରାଜସ୍ଥାନରେ ବନ୍ଦୀ ଥିବା କଏଦୀଙ୍କ ଜୀବନକୁ ସୁଧାରିବା ପାଇଁ ଓ ସେମାନଙ୍କୁ ଆତ୍ମନିର୍ଭଶୀଳ କରିବା ପାଇଁ ଜେଲ ପରିସରରେ ଥିବା ପେଟ୍ରୋଲ ପମ୍ପରେ କାମର ପ୍ରଶିକ୍ଷଣ ଦିଆଯାଉଛି। ଏହାର ସୂଚନା ରାଜସ୍ଥାନର ଜେଲ ମହାନିର୍ଦେଶକ ରାଜୀବ ଦାସୋତ ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ରାଜସ୍ଥାନ ଜେଲ ପରିସରରେ ତିଆରି ହୋଇଥିବା ଛଅଟି ପେଟ୍ରୋଲ ପମ୍ପରେ ୧୦୦ରୁ ଅଧିକ କଏଦୀ କାମ କରୁଛନ୍ତି। ଏଠାରେ କଏଦୀ ହିଁ ପେଟ୍ରୋଲ ପମ୍ପକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରି ଥାଆନ୍ତି, ଯାହାଫଳରେ କି ସେମାନଙ୍କ ଦଣ୍ଡ ଶେଷ ହେବା ପରେ କାମ ମିଳିବାରେ କଏଦୀଙ୍କୁ ସୁବିଧା ହୋଇଥାଏ।

ରାଜସ୍ଥାନର ଜେଲ ମହାନିର୍ଦେଶକ ରାଜୀବ ଦାସୋତଙ୍କ କହିବାନୁସାରେ, ଆଗାମୀ ପର୍ଯ୍ୟାୟରେ ରାଜ୍ୟରେ ୧୨ଟି ସ୍ଥାନରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଯୋଜନା କରାଯାଇଛି। ତେବେ ଏହି ପେଟ୍ରୋଲ ପମ୍ପରେ କାମ କରୁଥିବା କଏଦୀଙ୍କୁ ପ୍ରଶିକ୍ଷିତ କରିବା ସହିତ ତାଙ୍କୁ ଦିନର ପରିଶ୍ରମ ହିସାବରେ ୨୪୯ଟଙ୍କା ଦିଆଯାଇଥାଏ। ଏହି ପାରିଶ୍ରମିକ କଏଦୀଙ୍କୁୁ ସିଧାସଳଖ ଦିଆ ନ ଯାଇ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥାଏ।

The post ଜେଲ ପରିସରରେ ଥିବା ୬ଟି ପେଟ୍ରୋଲ ପମ୍ପରେ କାମ କରୁଛନ୍ତି ୧୦୦ରୁ ଅଧିକ କଏଦୀ first appeared on Sambad.

from ବିଶେଷ | Sambad https://ift.tt/30LQbLW

Post a Comment

0 Comments