କଳା, ନୀଳ ଓ ବାଇଗଣୀ ରଙ୍ଗର ଗହମ ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ

ଗହମର ରଙ୍ଗ କଣ? ଯଦି ଆପଣଙ୍କୁ ପଚରାଯାଏ ଆପଣ ସୁନେଲି ରଙ୍ଗ ହିଁ କହିବେ | ତେବେ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବାକୁ ଯାଉଛି ରଙ୍ଗୀନ ଗହମ | କଳା, ନୀଳ ଓ ବାଇଗଣୀ ରଙ୍ଗର ଗହମ ପ୍ରସ୍ତୁତ କରାଯାଇଛି | ତେବେ ଗହମରେ କୌଣସି କୁତ୍ରିମ ରଙ୍ଗ ମିଶାଇ ବା ଗହମରେ ଅପମିଶ୍ରିତ ରଙ୍ଗ ମିଶାଇ ଏହାକୁ କରାଯାଇନାହିଁ ବରଂ ପଞ୍ଜାବର ମୋହାଲିରେ ଥିବା ନ୍ୟାସନାଲ ଏଗ୍ରିଫୁଡ ବାୟୋଟେକନୋଲୋଜି ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏଭଳି ଗହମ ପ୍ରସ୍ତୁତ କରିଛନ୍ତି |

ବଡ କଥା ଯେ ଏହି ଗହମ ବଜାରରେ ମିଳୁଥିବା ଗହମଠାରୁ ଅଧିକ ପୋଷାକ ତତ୍ତ୍ୱରେ ଭରପୁର ଥିବାବେଳେ ବହୁ ରୋଗ ନିରାକରଣରେ ସହାୟକ ହେଉଛି | କଳା ଓ ବାଇଗଣୀ ରଙ୍ଗର ଗହମ ରକ୍ତଚାପ ଓ କୋଲେଷ୍ଟ୍ରଲ ମାତ୍ରାକୁ କମାଇବାରେ ସହାୟକ ହୋଇଥାଏ | ଏହି ଗହମ ପ୍ରସ୍ତୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକ ଡ. ମୋନିକା ଗର୍ଗ କହିଛନ୍ତି ଯେ ବଜାରରେ ମିଳୁଥିବା ପାରମ୍ପରିକ ଗହମଠାରୁ ରଙ୍ଗୀନ ଗହମରେ ଅଧିକ ପୋଷାକ ତତ୍ୱ ରହିଛି |

ରଙ୍ଗୀନ ଗହମରେ ଜିଙ୍କ, ଆଇରନ ଓ ଆଣ୍ଟି ଅକ୍ସିଡେଣ୍ଟ ଥିବାବେଳେ ଏହାକୁ ଏଂଥୋସାୟାନିନ କୁହାଯାଇଥାଏ | ସାଧାରଣତଃ ଏଂଥୋସାୟାନିନ ଜାମୁକୋଳିରେ ମିଳୁଥିବାବେଳେ ଏବେ ଗହମରେ ମଧ୍ୟ ମିଳିପାରିବ | ତେବେ ରଙ୍ଗୀନ ଗହମ ପ୍ରସ୍ତୁତି ପାଇଁ ୬ ବର୍ଷରୁ ଅଧିକ ସମୟ ଲାଗିଛି | ଆଉ ଏହି ଗହମ ବିହନ କିଣି ଚାଷ କରିବା ପାଇଁ ବଡ ବଡ କମ୍ପାନୀମାନେ ଆଗ୍ରହ ପ୍ରକାଶ କରିଛନ୍ତି | ଆଇଟିସି ଲିମିଟେଡ଼, ବଂଶଲ ମେକର୍ଷ ସହ ୨୮ଟି କମ୍ପାନୀ ରଙ୍ଗୀନ ଗହମ ଚାଷ କରି ଅଟା ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଥିବାରୁ ଖୁବ ଶୀଘ୍ର ଆପଣ ମଧ୍ୟ ରଙ୍ଗୀନ ଅଟା ଦେଖିବାକୁ ପାଇବେ |

The post କଳା, ନୀଳ ଓ ବାଇଗଣୀ ରଙ୍ଗର ଗହମ ପ୍ରସ୍ତୁତ କଲେ ଭାରତୀୟ ବୈଜ୍ଞାନିକ first appeared on Sambad.

from ବିଶେଷ | Sambad https://ift.tt/3qS8WrL

Post a Comment

0 Comments