
ବେଙ୍ଗାଲୁରୁ: ଗତକାଲି ହିତେଶ ଚନ୍ଦ୍ରାଣୀଙ୍କ ନାମରେ ବେଙ୍ଗାଲୁରୁସ୍ଥିତ ଜୋମାଟୋର ଡେଲିଭରି ବୟ ମାମଲା ରୁଜୁ କରିବା ପରେ ଆଜି ପୁଲିସ୍ ଅଭିଯୁକ୍ତା ମହିଳାଙ୍କୁ ଗିରଫ କରିଛି। ଡେଲିଭରି ବୟ କମ୍ରାଜ୍ଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦ୍ରାଣୀଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ସେ କମ୍ରାଜ୍ଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣିବା ସହ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦ୍ନାମ କରିଥିବା ଦର୍ଶାଇ ଚନ୍ଦ୍ରାଣୀଙ୍କ ନାମରେ ମାନହାନୀ ମକଦ୍ଦମା ରୁଜୁ ହୋଇଥିଲା। ସେହି ମାମଲା ଆଧାରର ଆଜି ବେଙ୍ଗାଲୁର ପୁଲିସ୍ ଚନ୍ଦ୍ରାଣୀଙ୍କୁ ଗିରଫ କରିଛି।
View this post on Instagram
ଉଲ୍ଳେଖଯୋଗ୍ୟ, ନିକଟରେ ଫୁଡ୍ ଡେଲିଭରିଂ ସାଇଟ୍ ଜୋମାଟୋର ଜଣେ ଡେଲିଭରି ବୟ ବେଙ୍ଗାଲୁରୁର ଜଣେ ମହିଳା ଗ୍ରାହକଙ୍କୁ ଆକ୍ରମଣ କରି ନାକ ଫଟାଇ ଦେଇଥିବା ଅଭିଯୋଗ ହୋଇଥିଲା। ମହିଳା ଜଣକ ସୋସିଆଲ୍ ମିଡିଆରେ ଏକ ଭିଡିଓ ପୋଷ୍ଟ୍ କରି ଏହି ଅଭିଯୋଗ ଆଣିଥିଲେ। ମାତ୍ର ଏହି ଅଭିଯୋଗକୁ ଅସ୍ବୀକାର କରିିଥିଲେ ଡେଲିଭରି ବୟ କମ୍ରାଜ୍। ସେ କହିଥିଲେ କି ମହିଳା ଜଣକ ପ୍ରଥମେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଚପଲରେ ପିଟିଥିଲେ। ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ମହିଳା ଜଣକ ବରାଦ ଦେଇଥିବା ଖାଦ୍ୟ ବାତିଲ୍ କରିବା କାରଣରୁ ତାଙ୍କ ଘରେ ପଶି ତାଙ୍କୁ ଆକ୍ରମଣ କରିଥିଲେ ଜୋମାଟୋର ଡେଲିଭରି ବୟ। ମାତ୍ର ଏହା ସଂପୂର୍ଣ୍ଣ ଗୁଜବ ବୋଲି ଅଭିଯୁକ୍ତ ଡେଲିଭରି ବୟ ଜଣକ ନିଜ ବୟାନରେ ସଫେଇ ଦେଇଥିଲେ। ଏପରିକି ପୂର୍ବରୁ ଯେଉଁ ପୁଲିସ୍ ଷ୍ଟେସନ୍ରେ ମହିଳା ଜଣକ ଡେଲଭରି ବୟଙ୍କ ନାମରେ ଅଭିଯୋଗ ଆଣିଥିଲେ ସେହି ସମାନ ପୁଲିସ୍ ଷ୍ଟେସନ୍ରେ ମହିଳାଙ୍କ ନାମରେ ମାମଲା ରୁଜୁ କରିଥିଲେ କମ୍ରାଜ୍।
The post ଜୋମାଟୋ ଡେଲିଭରି ବୟ ମାମଲା ରୁଜୁ କରିବା ପରେ ଗିରଫ ହେଲେ ହିତେଶ ଚନ୍ଦ୍ରାଣୀ first appeared on Sambad.
from ବିଶେଷ – Sambad https://ift.tt/3bOU9cY
0 Comments