
ନୂଆଦିଲ୍ଳୀ: ସୋସିଆଲ୍ ମିଡିଆରେ ସଦା ସକ୍ରିୟ ରହୁଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ପୋଷ୍ୟ କୁକୁର ସହ ଏକ ଫଟୋ ଦେଇ ଚର୍ଚ୍ଚା ପାଲଟିଛନ୍ତି। ସେ ସେହି ଫଟୋରେ ଏକ ମଜାଦାର କ୍ୟାପ୍ସନ ଲେଖିଛନ୍ତି। ସ୍ମୃତି ତାଙ୍କ କୁକୁରର ଫଟୋ ଦେଇ ଲେଖିଛନ୍ତି କି , ‘କୁକୁର ସବୁବେଳେ ଟମି ନୁହଁନ୍ତି, ସେରୁ ବି ହୋଇଥାନ୍ତି’। ଅର୍ଥାତ ସ୍ମୃତିଙ୍କ ପୋଷ୍ୟ କୁକୁରର ନାଁ ସେରୁ ବୋଲି ଜଣାପଡ଼ଛି।
View this post on Instagram
ଫଟୋରେ ସ୍ମୃତି ଏକ ସବୁଜ ରଂଗର ପୋଷାକ ପିନ୍ଧି ତାଙ୍କ କୁକୁରକୁ ଧରିଥିବାର ଦେଖିବାକୁ ମିଳିଛି। ମାର୍ଚ ୨ରେ ପୋଷ୍ଟ୍ ହୋଇଥିବା ଏହି ଫଟୋଟିକୁ ଏବେ ସୁଦ୍ଧା ୬୬,୭୦୦ ଲାଇକ୍ ମିଳି ସାରିଲାଣି। ସ୍ମୃତିଙ୍କ ମଜା କରିବାର ଶୈଳୀକୁ କେହି କେହି ପସନ୍ଦ କରିଥିବା ବେଳେ ତାଙ୍କ ଫଟୋରେ କେହି କେହି ‘ସୁନ୍ଦର’ ଓ ‘ଚମତ୍କାର’ ଲେଖି ମଧ୍ୟ କମେଣ୍ଟ୍ ଦେଇଛନ୍ତି।
View this post on Instagram
ସ୍ମୃତିଙ୍କର ଏହି ପୋଷ୍ଟ୍ରେ ତାଙ୍କ ପ୍ରଶଂସକମାନେ ବହୁଳ ପରିମାଣରେ ହାର୍ଟ ଇମୋଜି ଦେଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ମିଲିୟନରୁ ଅଧିକ ଫଲୋର୍ସ ରଖିଥିବା ସ୍ମୃତି ଅନେକ ସମୟରେ ନିଜ ପରିବାରର ଫଟୋ ପୋଷ୍ଟ୍ କରି ପ୍ରଶଂସକଙ୍କଠାରୁ କୁଢ଼ କୁଢ଼ କମେଣ୍ଟ୍ ସାଉଁଟି ଥାଆନ୍ତି।
View this post on Instagram
The post ପୋଷ୍ୟ କୁକୁର ‘ସେରୁ’ ସହ ଫଟୋ ସେୟାର୍ କରି ଏପରି ମଜାଦାର୍ କ୍ୟାପ୍ସନ୍ ଦେଲେ ସ୍ମୃତି ଇରାନୀ first appeared on Sambad.
from ବିଶେଷ – Sambad https://ift.tt/3uO9KB8
0 Comments