
ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ସହିତ ଜଡ଼ିତ ସୂଚନା ଓ ଅଭିଯୋଗ ସମ୍ବନ୍ଧିତ ସହାୟତା ପାଇଁ ହେଲପଲାଇନ ନମ୍ବର ୧୩୯ ଜାରି କରାଯାଇଛି। ଟ୍ରେନରେ ଯାତ୍ରୀଙ୍କ ଜିନିଷ ଚୋରି ହେବା ଘଟଣାର ଅଭିଯୋଗ କିଛି ନୂଆ ନୁହେଁ। କିନ୍ତୁ ଏଥର ଜଣେ ଯାତ୍ରୀ ତାଙ୍କ ଚପଲ ଚୋରି ହୋଇ ଯାଇଥିବା ନେଇ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଟ୍ରେନରେ ଯାତ୍ରା ସମୟରେ ଜଣେ ଯାତ୍ରୀଙ୍କ ଚପଲ ଚୋରି ହୋଇଯାଇଥିଲା। ଏହି ଚପଲଟି ଯାତ୍ରୀଙ୍କ ବହୁତ ପସନ୍ଦର ଥିଲା। ଉକ୍ତ ଚପଲଟି ଚୋରି ହୋଇଯିବା ପରେ ଯାତ୍ରୀ ଜଣକ ଏନେଇ ରେଲୱେ ହେଲପଲାଇନରେ ଅଭିଯୋଗ କରିଥିଲେ।

ଟ୍ରେନଟି ଯେତେବେଳେ ଦିନଦୟାଳ ଉପାଧ୍ୟାୟ ଜଂକସନରେ ପହଞ୍ଚିଥିଲା ସେଠାରେ ଆରପିଏଫର ସୁରକ୍ଷାକର୍ମୀ ଯାତ୍ରୀଙ୍କ ଅସୁବିଧା ଶୁଣିଥିଲେ। ଏହାପରେ ଯାତ୍ରୀଙ୍କ ହଜି ଯାଇଥିବା ଚପଲ ଖୋଜିବା ଆରମ୍ଭ କରାଯାଇଥିଲା। କିନ୍ତୁ ବହୁ ଚେଷ୍ଟା ପରେ ବି ଚପଲ ମିଳି ନଥିଲା।
ଏହି ଘଟଣା ଶୁକ୍ରବାର ଘଟିଛି। ପଟନାରୁ ଇନ୍ଦୋର ଯାଉଥିବା ଟ୍ରେନ ସଂଖ୍ୟା ୦୯୩୧୪ ପଟନା-ଇନ୍ଦୋର ଏକ୍ସପ୍ରେସର ସ୍ଲିପର କୋଚ ଏସ-୫ରେ ସିଟ ନମ୍ବର ୩୯ରେ ଶୁଭମ କୁମାର ଯାତ୍ରା କରୁଥିଲେ।
ପଟନାରୁ ଯାତ୍ରା ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଶୁଭମ ଦେଖିଲେ କି ତାଙ୍କ ଚପଲ କେଉଁଆଡେ ହଜି ଯାଇଛି। ଶୁଭମ ଆଖପାଖ ସିଟରେ ଚପଲ ଖୋଜିଥିଲେ କିନ୍ତୁ କେଉଁଠି ବି ପାଇ ନଥିଲେ। ଯେତେବେଳେ ଚପଲ ମିଳି ନଥିଲା ସେ ଏହାର ଅଭିଯୋଗ ରେଳ ହେଲପଲାଇନ ନମ୍ବର ୧୩୯ରେ କରି ଥିଲେ।
ଏହାପରେ ଟ୍ରେନ ଲୋକେସନ ଦେଖିବା ପରେ ରେଳ କଣ୍ଟ୍ରୋଲ ରୁମ ଏହି ଅଭିଯୋଗର ସୂଚନା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜଂକସନର ଆରପିଏଫ ଥାନାକୁ ଦେଇଥିଲେ। ଟ୍ରେନ ଯେତେବେଳେ ଏହି ଜଂକସନରେ ପହଞ୍ଚିଥିଲା ଆରପିଏଫ ଯବାନ ଶୁଭମଙ୍କ ସିଟ ପର୍ଯ୍ୟନ୍ତ ପହଞ୍ଚିଥିଲେ।
The post ଟ୍ରେନରେ ଯାତ୍ରୀଙ୍କ ଚପଲ ହୋଇଯାଇଥିଲା ଚୋରି,,‘୧୩୯’ରେ କଲେ ଅଭିଯୋଗ first appeared on Sambad.from ବିଶେଷ | Sambad https://ift.tt/3vOEulS
0 Comments