
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟର୍ରେ ଭାରତୀୟ ମହିଳାମାନେ ବିଶେଷ କରି କେଉଁ ବିଷୟ ଉପରେ ଅଧିକ ସମୟ ଦିଅନ୍ତି, ଆପଣ ଜାଣନ୍ତି କି? ମାର୍ଚ ୮ରେ ଥିବା ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ଟ୍ବିଟ୍ରରେ ଏକ ବିଶେଷ ଗବେଷଣା କରାଯିବା ପରେ ଜାଣିବାକୁ ମିଳିଛି ଯେ ମହିଳାମାନେ ବିଶେଷ କରି ବ୍ୟକ୍ତିଗତ ପ୍ୟାସନ୍, ସାମାଜିକ ପରିବର୍ତ୍ତନ, ପୁସ୍ତକ ଓ ସୌନ୍ଦର୍ଯ୍ୟ ଆଦି ବିଷୟରେ ବିଶେଷ ପୋଷ୍ଟ୍ ଓ ଆଲୋଚନା କରିଥାନ୍ତି।
୨୦୧୯ ମସିହା ଜାନୁଆରି ମାସରୁ ୨୦୨୧ ଫେବ୍ରୁଆରି ସୁଦ୍ଧା ୧୦ଟି ସହରରୁ ୭୦୦ ମହିଳାଙ୍କର ୫ ଲକ୍ଷ ୨୨ ହଜାର ୯୯୨ ଟ୍ବିଟ୍ ପୋଷ୍ଟ୍କୁ ନେଇ କରାଯାଇଥିବା ଗବେଷଣାରୁ ଏହି ତଥ୍ୟ ହାସଲ କରାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ ମହିଳାମାନେ ବିଶେଷ କରି ନଅଟି ବିଷୟବସ୍ତୁ ଉପରେ ଟ୍ବିଟର୍ରେ ବେଶି ଗୁରୁତ୍ବ ଦେଇଥାନ୍ତି।
ସବୁଠାରୁ ଆଗରେ ରହିଛି ପ୍ୟାସନ୍ ପଏଣ୍ଟ୍ ଓ ଆଗ୍ରହ। ସେହିପରି ଫ୍ୟାସନ୍, ପୁସ୍ତକ, ସୌନ୍ଦର୍ଯ୍ୟ, ମନୋରଞ୍ଜନ ଓ ଖାଦ୍ୟ ଆଦି ମଧ୍ୟ ମୁଖ୍ୟ ବିଷୟବସ୍ତୁ ପାଲଟିଛି। ଏହା ବ୍ୟତୀତ କରେଣ୍ଟ୍ ଆଫ୍ୟାୟାର୍ସ, ଖୁସିପାଳନ ମୁହୂର୍ତ୍ତ, ସଂପ୍ରଦାୟ ଆଦି ମଧ୍ୟ ମହିଳାଙ୍କ ଚର୍ଚ୍ଚା ମଧ୍ୟରେ ରହିଛି।
କେହି କେହି ମହିଳା ଫଟୋଗ୍ରାଫି, ନୃତ୍ୟ, ଚିତ୍ରକଳା ଆଦି ସୃଜନଶୀଳତାକୁ ନେଇ ମଧ୍ୟ ବିଶେଷ ପୋଷ୍ଟ୍ କରିଥାନ୍ତି। କିଛି ମହିଳା ମଡର୍ଣ୍ଣ ଡେଟିଂ, ମାନସିକ ସ୍ବାସ୍ଥ୍ୟ ଆଦି ବିଷୟରେ ବି ଆଲୋଚନା କରିଥାନ୍ତି। ଶାଢ଼ିରୁ ନେଇ ଲକ୍ଡାଉନ୍ ରେସିପି ବିଷୟରେ ମଧ୍ୟ ଏହି ବର୍ଷେ ମଧ୍ୟରେ ବିଶେଷ ଆଲୋଚନା ହୋଇଛି।
The post ଟ୍ବିଟର୍ରେ ବିଶେଷ କରି ଏହି ସବୁ ବିଷୟକୁ ଗୁରୁତ୍ବ ଦେଇଥାନ୍ତି ଭାରତୀୟ ମହିଳା first appeared on Sambad.
from ବିଶେଷ – Sambad https://ift.tt/3bnqac6
0 Comments