
ଆଜି ମହାଶିବରାତ୍ରୀ। ମହାଶିବରାତ୍ରୀ ହିନ୍ଦୁଧର୍ମର ଏକ ବିଶେଷ ପର୍ବ। ହର ହର ଦେବ ମହାଦେବଙ୍କ ଅରାଧନାରେ ଭକ୍ତମାନେ ଶିବରାତ୍ରୀ ପାଳନ କରିଥାନ୍ତି। ଚତୁର୍ଦଶୀରେ ଶିବ ଓ ମାଆ ପାର୍ବତୀଙ୍କ ବିବାହ ହୋଇଥିଲା ବୋଲି ବିଶ୍ବାସ ରହିଛି ଓ ସେହି ଚତୁର୍ଦଶୀ ଦିନରେ ହିଁ ପ୍ରତିବର୍ଷ ମହାଶିବରାତ୍ରୀ ପାଳନ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ହର ହର ଦେବ ମହାଦେବଙ୍କୁ କ’ଣ ସବୁ ଦେବା ମନା।
: ଶିବଙ୍କ ପ୍ରିୟ ପତ୍ର ହେଉଛି ବେଲପତ୍ର। ଆପଣ ଯେତେ ପାରିବେ ଶିବଙ୍କୁ ବେଲପତ୍ର ଦେଇପାରିବେ। ମାତ୍ର ଭୁଲ୍ରେ ବି ଶିବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ।
: ପ୍ରାୟତଃ ଅଧିକାଶଂ ଶୁଭ କାର୍ଯ୍ୟରେ ସିନ୍ଦୂର ବ୍ୟବହୃତ ହୋଇଥାଏ। ମାତ୍ର ଶିବଙ୍କ ପୂଜାରେ ସିନ୍ଦୂର ଲାଗେ ନାହିଁ। ଆପଣ ମହାଦେବଙ୍କୁ କେବେ ଶିବଙ୍କୁ ଅର୍ପଣ କରନ୍ତୁ ନାହିଁ।
: ଶିବଙ୍କୁ ଭଙ୍ଗା ଚାଉଳ ଅର୍ପଣ କରାଯାଏନି। ଭଙ୍ଗା ଚାଉଳକୁ ଅସଂପୂର୍ଣ୍ଣ ମନାଯାଏ। ଶିବଙ୍କୁ ଭଙ୍ଗା ଚାଉଳ ଦେଲେ ପୂଜା ଅସଂପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି।
: ଅଧିକାଂଶ ଶୁଭ କାର୍ଯ୍ୟରେ ଶଙ୍ଖ ବାଦନ କରାଯାଏ। ମାତ୍ର ଶିବଙ୍କ ପୂଜାରେ ଶଙ୍ଖ ବଜାଇବା ଅନୁଚିତ।
: କେତକୀ ଓ ଚମ୍ପା ଫୁଲ ଶିବଙ୍କୁ ଦିଅନ୍ତୁ ନାହିଁ। ତାଙ୍କ ପ୍ରିୟ ଫୁଲ ଅପରାଜିତା। ମହାଦେବଙ୍କୁ ଆପଣ ଅପରାଜିତା ବା ଦୁଦୁରା ଫୁଲ ଦେଇ ପୂଜା କରନ୍ତୁ।
: ହଳଦୀ ବି ଶିବଙ୍କୁ ଦିଆଯାଏ ନାହିଁ।
The post ଆଜି ମହାଶିବରାତ୍ରୀ: ଜାଣନ୍ତୁ କେଉଁ କେଉଁ ଜିନିଷ ଶିବଙ୍କୁ ଅର୍ପଣ କରିବା ମନା first appeared on Sambad.
from ବିଶେଷ – Sambad https://ift.tt/3qBItyo
0 Comments