ଦୀର୍ଘ ୫ ମାସ ପରେ ଘରକୁ ଫେରିଲେ ଲକ୍‌ଡାଉନ୍‌ରେ ନିଖୋଜ ‌ହୋଇଥିବା ଶଙ୍କର

‌ଚେନ୍ନାଇ: କରୋନା ମହାମାରୀ ହେତୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅନେକଙ୍କ ସଂସାର ଉଜାଡ଼ି ଦେଇଛି। କାହାର ଚାକିରି ଚାଲି ଯାଇଛି ତ ପୁଣି କାହାର ଆର୍ଥିକ ଅନଟନ ପାଇଁ ମାନସିକ ବିକୃତି ବାହାରିଛି।

ଲକ୍‌ଡାଉନ୍‌ କୁପ୍ରଭାବରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଚିତ୍ରକର ଶଙ୍କର। ସେ ୨୦୨୦ ଅକ୍ଟୋବର ମାସରେ ଘର ଛାଡ଼ି କେଉଁଆଡ଼େ ପଳାଇଥିବା ବେଳେ ଏବେ ପୁଣିି ଥରେ ନିଜ ଘରକୁ ଫେରି ଆସିବାରୁ ପରିବାର ଲୋକଙ୍କର ଖୁସୀର ସୀମା ନାହିଁ।

ଚିତ୍ରଶିଳ୍ପୀ ଶଙ୍କର ଘରୁ ନିଖୋଜ ହୋଇଯିବା ପରେ ତାଙ୍କ ପତ୍ନୀ ବିବ୍ରତ ହୋଇ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏପରିକି ପୁଲିସ୍‌ ଷ୍ଟେସନ୍‌ରେ ନିଖୋଜ ରିପୋର୍ଟ ମଧ୍ୟ ଲେଖାଇଲେ। ମାତ୍ର ସେ ସମୟରେ ନିଜ ସ୍ବାମୀଙ୍କୁ ସେ ଫେରି ପାଇନଥିଲେ। ପରିବାର ଲୋକ ଶଙ୍କରଙ୍କୁ ମୃତ ବୋଲି ଭାବି ବସିଥିଲେ।

ହେଲେ ସୌଭାଗ୍ୟକୁ ଜଣେ ସହୃଦୟ ବ୍ୟକ୍ତିଙ୍କ ଉଦ୍ୟମ ଯୋଗୁ ପୁଣି ଘରକୁ ଫେରିଛନ୍ତି ଶଙ୍କର। ଜାଣିବାକୁ ମିଳିଛି ‌ଯେ ଲକ୍‌ଡାଉନ୍‌ରେ ଆର୍ଥିକ ଅନଟନ ଦେଇ ଗତି କରିବା ପରେ ଶଙ୍କରଙ୍କ ମାନସିକ ଅବସ୍ଥା ଟିକେ ବିଗିଡ଼ି ଯାଇଛି। ସେ ନିଜ ନାଁ, ଘର ଠିକଣା ଖନଖନ ହୋଇ କହି ପାରିଥିବାରୁ ସହୃଦୟ ବ୍ୟକ୍ତି ଜଣକ ତାଙ୍କୁ ନିଜ ଘରକୁ ଫେରାଇବା କଥା ଚିନ୍ତା କରି ଶଙ୍କରଙ୍କ ପତ୍ନୀଙ୍କ ନିକଟକୁ ପ୍ରଥମେ ତାଙ୍କର ଏକ ଫଟୋ ପଠାଇଥିଲେ। ଶଙ୍କରଙ୍କ ପତ୍ନୀ ନିଜ ସ୍ବାମୀଙ୍କୁ ଚିହ୍ନିବା ପରେ ଶଙ୍କରକୁ ଘରକୁ ଫେରିବାରେ ସହାଯ୍ୟ କରିଥିଲେ ବ୍ୟକ୍ତି ଜଣକ। ଦୀର୍ଘ ୫ ମାସ ପରେ ନିଜ ସ୍ବାମୀଙ୍କୁ ଫେରି ପାଇ ଶଙ୍କରଙ୍କ ପତ୍ନୀ ଖୁସିରେ ଆତ୍ମବିଭୋର ହୋଇ ପଡ଼ିଛନ୍ତି।

The post ଦୀର୍ଘ ୫ ମାସ ପରେ ଘରକୁ ଫେରିଲେ ଲକ୍‌ଡାଉନ୍‌ରେ ନିଖୋଜ ‌ହୋଇଥିବା ଶଙ୍କର first appeared on Sambad.



from ବିଶେଷ – Sambad https://ift.tt/2Ofjp3k

Post a Comment

0 Comments