ବିବାହ କରାଇ ଦେବା ପାଇଁ ତିନି ଫୁଟର ଯୁବକ ପୁଲିସ ନିକଟରେ ଜିଦ ଧରିଛନ୍ତି

ସାମଲି: ଜଣେ ତିନିଫୁଟ ଉଚ୍ଚ ବ୍ୟକ୍ତି ନିଜ ବିବାହକୁ ନେଇ ଚିନ୍ତାରେ ଅଛନ୍ତି। ନିକଟରେ ବିବାହ କରାଇ ଦେବା ପାଇଁ ପୁଲିସ ନିକଟକୁ ଆସି ସେ ଜିଦ ଧରିଛନ୍ତି।

ତିନିଫୁଟ ଦୁଇଇଞ୍ଚ ଉଚ୍ଚର ଅଜିମ ମଂସୁରୀ(୨୬)ଙ୍କ ଗୁହାରୀ ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଛି। ଅଜିମ ମଂସୁରୀ  ପୁଲିସକୁ ବିବାହ ପାଇଁ କନ୍ୟା ଖୋଜିବାକୁ କହିଛନ୍ତି। ଅଜିମଙ୍କ ବିବାହ ଚିନ୍ତା ଦେଖି ପୁଲିସ ବିବାହ କରାଇ ଦେବାକୁ ପ୍ରତିଶ୍ରୃତି ଦେଇଛି।

କୋତବାଲି ଥାନାରେ ପହଞ୍ଚି ଅଜିମ ବିବାହ କରିବାକୁ ଚାହୁଁଛନ୍ତି ଆଉ ସେ ଜ‌ଣେ ପଢ଼ାଲେଖା ଝିଅ ଖୋଜୁଥିବା କହିଥିଲେ। ତେବେ ପୁଲିସ ନିକଟରେ ଏଭଳି ଗୁହାରୀ କରିବା ଅଜିମଙ୍କ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାବଦଙ୍କୁ ଚିଠି ଲେଖି ନିଜର ଏ ଅସୁବିଧା ବିଷୟରେ ଜଣାଇଥିଲେ। ଅଜିମଙ୍କ ୬ଜଣ ଭାଇ-ଭଉଣୀ ଥିବା ବେଳେ ସେ ତୃତୀୟ ସନ୍ତାନ।

ଅଜିମ କାନ୍ଦିକାନ୍ଦି ପୁଲିସ ନିକଟରେ କହିଥିଲା, ମୁଁ ଜାଣିଛି ମୁଁ ଗରିବ। ଆମର ଆର୍ଥିକସ୍ଥିତି ଏତେଟା ଠିକ ନାହିଁ। କିନ୍ତୁ ପରିବାରର ପେଟ ପୋଷିପାରିବି ଏତିକି ମୁଁ ଜାଣିଛି। ଝିଅ ଯେମିତି ହିଁ ହେଉ ଚଳିବ କିନ୍ତୁ ପାଠପଢ଼ିଥିବା ଜରୁରୀ।

ଅଜିମଙ୍କ ଦୁଃଖ ଶୁଣି ପୁଲିସ ପ୍ରତିଶ୍ରୃତି ଦେଇଛି କି, ରମଜାନ ପୂର୍ବରୁ ବିବାହ ହୋଇଯିବ। କେବଳ ଏତିକି ନୁହେଁ, ବିବାହ ହୋଇଗଲେ ସେ ତାଙ୍କ ପତ୍ନୀଙ୍କ ସହିତ ଗୋଆ, ସିମଲା ଓ ମନାଲି ବୁଲିବାକୁ ଯିବେ।

The post ବିବାହ କରାଇ ଦେବା ପାଇଁ ତିନି ଫୁଟର ଯୁବକ ପୁଲିସ ନିକଟରେ ଜିଦ ଧରିଛନ୍ତି first appeared on Sambad.



from ବିଶେଷ – Sambad https://ift.tt/3l5b1PK

Post a Comment

0 Comments