‘ଡେଥ୍‌ ଭ୍ୟାଲି’ର ଗତିଶୀଳ ପଥର!

ପ୍ରସ୍ତର ପ୍ରାଣହୀନ। କିନ୍ତୁ, ‘ଡେଥ୍‌ ଭ୍ୟାଲି’ ବା ମୃତ୍ୟୁ ଉପତ୍ୟକାରେ ଥିବା ପ୍ରସ୍ତର ଖଣ୍ତମାନ ଗତିଶୀଳ ! ମୃତ୍ୟୁ ଉପତ୍ୟକାରେ ମଣିଷ ବସ-ବାସ କରନ୍ତିନାହିଁ। କଦବା କେତେ ବେଳେ କଣ୍ଟା ଜାତୀୟ ତୃଣ କଅଁଳେ। ଅନ୍ୟ ଜୀବନ ମଧୢରେ ଗୋଧି ଜାତୀୟ ଛୋଟ ସରୀସୃପ ଏବ˚ ସର୍ପ କେବଳ ଦେଖାଯା’ନ୍ତି। ଏମାନଙ୍କ ପକ୍ଷେ ବଡ଼ ବଡ଼ ପଥରଗୁଡ଼ିକୁ ଘୁଞ୍ଚାଇବା ଅସମ୍ଭବ! ତା’ହେଲେ କ’ଣ ଘଟେ ସେଠାରେ? ଅବଶ୍ୟ ପଥରଗୁଡ଼ିକୁ ଚାଲୁଥିବା ଅବସ୍ଥାରେ କେହି ଦେଖିନାହାନ୍ତି। ଗୋଟିଏ ସ୍ଥାନରେ ନିଆଯାଇଥିବା ଫଟୋଚିତ୍ର ଏବ˚ ବାଲି ଉପରେ ଚିହ୍ନ ଆଦିରୁ ସେଗୁଡ଼ିକ ବିଭିନ୍ନ ଢଙ୍ଗରେ ସ୍ଥାନ ପରିବର୍ତ୍ତନ କରୁଥିବାର ପ୍ରମାଣ ମିଳୁଛି। ତେବେ, ଏହାର କାରଣ ଜଣାପଡ଼ିନାହିଁ। ପୂରା ମାମଲା ରହସ୍ୟମୟ ହୋଇରହିଛି।

The post ‘ଡେଥ୍‌ ଭ୍ୟାଲି’ର ଗତିଶୀଳ ପଥର! first appeared on Sambad.



from ବିଶେଷ – Sambad https://ift.tt/3k6Y47v

Post a Comment

0 Comments