ଆଶ୍ଚର୍ଯ୍ୟ! ପ୍ରବଳ ଥଣ୍ଡା ହେତୁ ପଙ୍ଖାରେ ବି ଜମିଗଲା ବରଫ

ନୂଆଦିଲ୍ଲୀ: ଆମେରିକାରେ କିଛିଦିନ‌ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଏହି ଥଣ୍ଡା ହେତୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏମିତି ଥଣ୍ଡା ପଡ଼ିବ ବୋଲି  ସେଠାକାର ଲୋକମାନେ କେ‌ବେ କଳ୍ପନା ବି କରି ନଥିଲେ। ବରଫ ପଡ଼ିବା ସହିତ ଥଣ୍ଡା ପବନ ପ୍ରଭାହିତ ହେତୁ ଯାତାୟାତ ସମୟରେ ଲୋକମାନଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

ଥଣ୍ଡା ହେତୁ ଟେକ୍ସାସ ସହରର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଛି। କେବଳ ୨.୭ ନିୟୁତ ଘରେ ବିଦ୍ୟୁତ୍ ରହିଛି। ଟେକ୍ସାସରେ ଏହି ଥଣ୍ଡା ଯୋଗୁଁ ଝଡ଼ ଆସିବ ବୋଲି କୁହାଯାଉଛି।

ଶୀତ ଏବଂ ତୁଷାରପାତ ହେତୁ  ବିଦ୍ୟୁତ ତାରଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଥିବା ଅଧିକାରୀଙ୍କ କହିବାନୁସାରେ, ପ୍ରାକୃତିକ ଗ୍ୟାସ କୂଅ ଏବଂ ପାଇପ ଲାଇନରେ ବି ବରଫ ଜମି ଯାଇଛି। ଯେଉଁ କାରଣରୁ ଗ୍ୟାସ ପ୍ରସ୍ତୁତ କରିବାର କ୍ଷମତା ୪୦ ପ୍ରତିଶତ ହରାଇ ଦେଇଛି। ଏହି କ୍ରମରେ ଟେକ୍ସାସରେ ରହୁଥିବା ଲୋକମାନେ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 


ଏହି ଫଟୋଗୁଡ଼ିକରେ ପାନୀୟ ଜଳ, ପଙ୍ଖା ଏବଂ ଟ୍ୟାପ୍ ପାଣିରେ ବରଫ ଜମା ହୋଇ ଯାଇଥିବା ଦେଖିବାକୁ ମିଳୁଛି। ବରଫ ଜମିବା ହେତୁ ବିଦ୍ୟୁତ ତାର ଖରାଫ ହୋଇଯାଇଛି। ତେଣୁ ବିଦ୍ୟୁତ ଅଭାବରୁ ଲୋକମାନେ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। କିଛି ଲୋକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଘରେ ଥିବା ଅଦରକାରୀ ଆସବାବା ପତ୍ରକୁ ବି ଜାଳି ଦେଉଥିବା କୁହାଯାଉଛି।

The post ଆଶ୍ଚର୍ଯ୍ୟ! ପ୍ରବଳ ଥଣ୍ଡା ହେତୁ ପଙ୍ଖାରେ ବି ଜମିଗଲା ବରଫ first appeared on Sambad.



from ବିଶେଷ – Sambad https://ift.tt/3uds9XN

Post a Comment

0 Comments