ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ?

ନୂଆଦିଲ୍ଲୀ: ଆଜି ମାଆ ସରସ୍ବତୀଙ୍କ ଦିନ, ପବିତ୍ର ଶ୍ରୀପଞ୍ଚମୀ। ଏହି ଦିନକୁ ଲୋକେ ବସନ୍ତ ପଞ୍ଚମୀ ଭାବେ ମଧ୍ୟ ଜାଣନ୍ତି। ବସନ୍ତ ଋତୁର ଆଗମନକୁ ସ୍ବାଗତ କରିଥାଏ ମାଆ ସରସ୍ବତୀଙ୍କର ଏହି ଦିନ। ଏହି ଦିନକୁ ଦେଶର କୋଣଅନୁକୋଣର ଲୋକ ବିଭିନ୍ନ ତରିକାରେ ପାଳନ କରିଥାନ୍ତି।

ମାଆଙ୍କର ଏହି ପୂଜା ଦିନ ହଳଦିଆ ପୋଷାକ ପରିଧାନ କରିବାକୁ ବିଶେଷ ଗୁରୁତ୍ବ ଦିଆଯାଇଛି। ମାଆ ସରସ୍ବତୀଙ୍କୁ ଶିକ୍ଷା, ସଂଗୀତ, ଭାଷା ଓ କଳାର ଅଧିଷ୍ଠାତ୍ରୀ ବୋଲି ମନାଯାଏ। ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ବିଶେଷ ପ୍ରାଧାନ ଦିଆଯିବାର କାରଣ ହେଉଛି ବସନ୍ତ ଋତୁରେ ଫୁଟୁଥିବା ଫୁଲଗୁଡ଼ିକ ପ୍ରାୟତଃ ହଳଦିଆ ରଂଗର, ଯେପରି ଗେଣ୍ଡୁ ଫୁଲ।

ଅନ୍ୟ ଏକ କାରଣ ହେଉଛି ମାଆ ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ। ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଂଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏହି କାରଣରୁ ମହିଳାମାନେ ହଳଦିଆ ରଂଗର ଶାଢ଼ୀ ବା ଅନ୍ୟ କୌଣସି ପୋଷକ ପିନ୍ଧି ମାଆଙ୍କ ପୂଜା କରିବାକୁ ବେଶି ପସନ୍ଦ କରିଥାନ୍ତି।

ହଳଦିଆ ରଂଗକୁ ଗୁରୁତ୍ବ ଦିଆଯିବାର ତୃତୀୟ କାରଣଟି ହେଉଛି, ହଳଦିଆ ରଂଗ ଜ୍ଞାନ, ଆନନ୍ଦ, ଶିକ୍ଷା ଓ ହିନ୍ଦୁ ସଂସ୍କୃତିର ପ୍ରତୀକ। ସେଥିପାଇଁ କେବଳ ହଳଦିଆ ରଂଗର ପୋଷାକ ନୁହେଁ, ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗର ବ୍ୟଞ୍ଜନ ବି ସବୁ ପ୍ରସ୍ତୁତ କରାଯାଇ ଥାଏ। ଯେପରି କେଶର ଭାତ, ଖିଚିଡ଼ି ଓ ବୁନ୍ଦି ଲଡୁ ଇତ୍ୟାଦି।

 

The post ଜାଣନ୍ତୁ କାହିଁକି ମାଆ ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗକୁ ଦିଆଯାଏ ପ୍ରାଧାନ୍ୟ? first appeared on Sambad.



from ବିଶେଷ – Sambad https://ift.tt/3qo5Qwg

Post a Comment

0 Comments