ହିମସ୍ଖଳନ ପରେ ତପୋବନ ଜଳବିଦ୍ୟୁତ ପ୍ରକଳ୍ପରୁ ମୃତ୍ୟୁମୁଖରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିବା ଦୁଇଜଣ ଟ୍ରକ୍‌ ଡ୍ରାଇଭରଙ୍କ ଲୋମଟାଙ୍କୁରା କାହାଣୀ…

ତପୋବନ: ନନ୍ଦାଦେବୀରେ ହୋଇଥିବା ହିମସ୍ଖଳନ ଫଳରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଆସିଥିବା ଅଚାନକ ବନ୍ୟାରେ ଏଯାବତ୍‌ ୫୭ ଜଣ ପ୍ରାଣ ହରାଇଥିବା ବେଳେ ଆହୁରି ଶତାଧିକ ନିଖୋଜ ଅଛନ୍ତି। ତେବେ, ଏହି ପ୍ରକୃତିକ ବିପର୍ଯ୍ୟୟ କାଳରେ ବହୁ ବ୍ୟକ୍ତି ମୃତ୍ୟୁର ସାମ୍ନାସାମ୍ନି କରିଥିଲେ ସୁଦ୍ଧା ଯେପରି ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ନିଜ ନିଜର ଜୀବନକୁ ବଞ୍ଚାଇ ପାରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହିପରି ଆଶ୍ଚର୍ଯ୍ୟଜନକ ଢ଼ଙ୍ଗରେ ଏହି ଦୁର୍ଘଟଣାରେ ନିଜର ଜୀବନକୁ ବଞ୍ଚାଇ ପାରିଥିବା ଜଣେ ବ୍ୟକ୍ତି ହେଉଛନ୍ତି ତାପୋବନ ଜଳବିଦ୍ୟୁତ ପ୍ରକଳ୍ପରେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ରାଜେନ୍ଦ୍ର କିଆନଥୁରା। ରାଜେନ୍ଦ୍ର ହେଉଛନ୍ତି ଅନ୍ୟତମ ଭାଗ୍ୟଶାଳୀ ବ୍ୟକ୍ତି ଯିଏ କି ଫେବ୍ରୁଆରି ୭ ରବିବାର ଦିନ ହୋଇଥିବା ଅଚାନକ ବନ୍ୟା ପରିସ୍ଥିତିରୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି।

TOI

ସେଦିନର ସେଇ ଘଟଣାକୁ ମନେ ପକାଇ ରାଜେନ୍ଦ୍ର କୁହନ୍ତି, ସେତେବେଳକୁ ମୁଁ ମୋ ଟ୍ରକରୁ ନିର୍ମାଣ ସାମଗ୍ରୀ ଅନଲୋଡ୍‌ ଚାଲିଥିଲା ଆଉ ମୁଁ ମୋ ଟ୍ରକ୍‌ କ୍ୟାବିନ୍‌ ଭିତରେ ବସିଥିଲି। ହଠାତ୍‌ ମୁଁ ଦେଖିବାକୁ ପାଇଲି ନଦୀରେ ଭରପୂର ପାଣି ଆସିଯାଇଛି ଏବଂ ପ୍ରଚଣ୍ଡ ବେଗରେ ତାପୋବନ୍‌ ଏବଂ ଋଷିଗଙ୍ଗା ଜଳ ବଦ୍ୟୁତପ୍ରକଳ୍ପ ଆଡକୁ ମାଡ଼ି ଆସୁଛି। ମୁଁ କିଛି ବୁଝିପାରୁ ନଥିଲି। ମୁଁ କିଛି ବୁଝିବା, ବୁଝିବା ପୂର୍ବରୁ ଜଳର ଏକ ବଡ଼ ତରଙ୍ଗ ମୋ ଟ୍ରକକୁ୍‌ ଧକ୍କା ଦେଲା ଓ ଟ୍ରକ୍‌ଟି ଗୋଟିଏ ପାର୍ଶ୍ୱକୁ ଓଲଟି ପଡ଼ିଲା। ଏହାର ନିମିଷକ ମଧ୍ୟରେ ମୁଁ ବସିଥିବା ଟ୍ରକ୍‌ କ୍ୟାବିନ ଭିତରେ ପାଣି ପଶି ଭର୍ତ୍ତି ହୋଇ ଯାଇଥିଲା। ଏ ପରିସ୍ଥିତିରେ କ’ଣ କରିବି କିଛି ହେଲେ ବୁଝି ପାରୁ ନଥିଲି। କୌଣସି ପ୍ରକାରେ କ୍ୟାବିନର ଝରକା ଭାଙ୍ଗି ବାହାରକୁ ବାହାରିବାରେ ସମର୍ଥ ହେଲି। ସେସମୟରେ ଜଳ ସ୍ରୋତର ବେଗ ଏତେ ପରିମାଣରେ ତୀବ୍ର ଓ ଶକ୍ତିଶାଳୀ ଥିଲା ଯେ ଯଦି ମୁଁ କିଛି ସେକେଣ୍ଡ ବିଳମ୍ବ କରିଥା’ନ୍ତି, ତେବେ ମୁଁ ସେଇଠି ଟ୍ରକ୍‌ ସହ ପୋତି ହୋଇଯାଇଥାନ୍ତି।

TOI

ସେହିପରି, ଅନ୍ୟ ଜଣେ ଟ୍ରକ୍‌ ଡ୍ରାଇଭର ହେଉଛନ୍ତି ହୀରଲାଲ। ସେ କହନ୍ତି, ଘଟଣା ଘଟିବା ବେଳକୁ ମୁଁ ନଦୀ କୂଳେ କୂଳେ ଟ୍ରକ୍‌ ଚଲାଇ ପ୍ରେଜେକ୍ଟ ସାଇଟ୍‌ ଆଡ଼କୁ ଯାଉଥିଲି। ହଠାତ୍‌ ମୁଁ ଦେଖିଲି ନଦୀରେ ପ୍ରବଳ ବେଗରେ ଜଳ ପ୍ରୋଜେକ୍ଟ ସାଇଟ୍‌ ଆଡ଼କୁ ମାଡ଼ି ଆସୁଛି, ସତେ ଯେମିତି ସବୁକିଛି ଭସାଇ ନେବ। ମୁଁ ତୁରନ୍ତ ସେହି ସ୍ଥାନରେ ଥିବା ଜଣେ ଇଞ୍ଜିନିୟରଙ୍କୁ ସତର୍କ କରାଇଲି। ଆମେ ଦୁହେଁ କୌଣସି ପ୍ରକାରେ ସେଠାରୁ ଜୀବନ ବଞ୍ଚାଇ ପଳାଇ ଆସିବାରେ ସକ୍ଷମ ହେଲୁ।

ସେହିପରି ତପୋବନରେ ପ୍ରକଳ୍ପରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଅମିତ ସେଦିନର ଘଟଣାକୁ ମନେ ପକାଇ କହିନ୍ତି, ସେତେବେଳକୁ ମୁଁ ଏକ ପାହାଡ଼ରେ ପଥର ବିସ୍ଫୋରଣ କରୁଥିଲି। ହଠାତ୍‌ ଲୋକମାନଙ୍କର କ୍ରମାଗତ ହ୍ଵିସିଲ୍‌ ସହ ‘ଭାଗୋ… ଭାଗୋ’ ଚିତ୍କାର ଶିଣିବାକୁ ପାଇଲି। ଏହା ଶୁଣି ମୁଁ ଆଉ ପଛକୁ ଅନାଇ ସେଠାରୁ ପ୍ରାଣମୂର୍ଚ୍ଚା ଦୌଡ଼ିବାକୁ ଲାଗିଲି। ଏବଂ ଅଳ୍ପକରେ ବଞ୍ଚିଗଲି।

The post ହିମସ୍ଖଳନ ପରେ ତପୋବନ ଜଳବିଦ୍ୟୁତ ପ୍ରକଳ୍ପରୁ ମୃତ୍ୟୁମୁଖରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତି ଯାଇଥିବା ଦୁଇଜଣ ଟ୍ରକ୍‌ ଡ୍ରାଇଭରଙ୍କ ଲୋମଟାଙ୍କୁରା କାହାଣୀ... first appeared on Sambad.



from ବିଶେଷ – Sambad https://ift.tt/3dcMmH8

Post a Comment

0 Comments