
ଅନେକ ପିଲା ଟେଡି ଭାଲୁ ବିନା ଶୋଇବାକୁ ରାଜି ହୁଅନ୍ତିନାହିଁ। ତେବେ, ଏହା ମଧ୍ୟ ବେଳେ ବେଳେ ଅେଲାଡ଼ା ହୋଇପଡ଼େ। ପିଲାଙ୍କର ଏହି ପ୍ରିୟ ଖେଳଣାକୁ ଅତିଥିମାନେ ହୋଟେଲ୍ ପ୍ରକୋଷ୍ଠରେ ଛାଡ଼ିଯାଉଛନ୍ତି। ଇଉରୋପ୍ର ‘ଟ୍ରାଭେଲଜ୍ ଗ୍ରୁପ୍ ଅଫ୍ ହୋଟେଲ୍’ ସୂତ୍ରରୁ ପ୍ରକାଶ, କେବଳ ଏହି ଗ୍ରୁପ୍ର ହୋଟେଲ୍ଗୁଡ଼ିକରେ ଅତିଥିମାନେ ବର୍ଷରେ ଛାଡ଼ିଯାଉଛନ୍ତି, ପଞ୍ଚସ୍ତରି ହଜାରରୁ ଅଧିକ ଟେଡି। ଇଉରୋପ୍ର ବିଭିନ୍ନ ଅଞ୍ଚଳରେ ପ୍ରାୟ ଚାରି ଶହ ‘ଟ୍ରାଭେଲଜ୍ ହୋଟେଲ୍’ ରହିଛି, ଯେଉଁଗୁଡ଼ିକୁ ବାର୍ଷିକ ଆସନ୍ତି ଷାଠିଏ ଲକ୍ଷ ଅତିଥି। ଅତିଥିମାନେ ହୋଟେଲ୍କୁ କାହିଁକି ଟେଡି ଆଣିଆସନ୍ତି ଏବଂ କାହିଁକି ଛାଡ଼ିଯାଆନ୍ତି, ଜାଣିବା ଲାଗି ହୋଟେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। ଅଧ୍ୟୟନ ଫଳାଫଳରୁ ମିଳିଥିଲା ବିସ୍ମୟକର ତଥ୍ୟ।
ଅନେକ ପ୍ରାପ୍ତବୟସ୍କ ସୁଦ୍ଧା ଟେଡି ବିନା ଶଯ୍ୟାକୁ ଯାଆନ୍ତିନାହିଁ। ଟେଡି ନ ଥିଲେ କେଉଁଠି ରାତ୍ରିଯାପନ କରନ୍ତିନାହିଁ। ସର୍ବଦା ଟେଡି ଥାଏ ପାଖରେ। ପର୍ଯ୍ୟଟନ ଶେଷରେ କିଣା-ବିକାରେ ସୁଟକେସ୍ ଭରିଗଲେ, ଟେଡି ଅଲୋଡ଼ା ହୋଇଯାଏ ଏବଂ ଛାଡ଼ିଯାଆନ୍ତି ହୋଟେଲ୍ରେ। ଘରେ ପହଞ୍ଚିଲେ ପୁଣି ନୂଆ କିଣନ୍ତି। ଏ ଭଳି ଅଲୋଡ଼ା ଟେଡ଼ିଗୁଡ଼ିକୁ, ସେମାନଙ୍କର ମାଲିକଙ୍କ ନିକଟରେ ପହଞ୍ଚାଇବା ପାଇଁ ହୋଟେଲ୍ କର୍ତ୍ତୃପକ୍ଷ ଏକ ଯୋଜନା ହାତକୁ ନେଇଛନ୍ତି- ‘ଟେଡି ପ୍ରୋଟେକ୍ସନ୍ ସର୍ଭିସ୍’ ଭାବେ। ଏହି ଯୋଜନାରେ ଡାକ ମାଧ୍ୟମରେ ଟେଡି ପଠାଇବା ବ୍ୟବସ୍ଥା କରାଯାଉଛି।
The post ଅଲୋଡ଼ା ଟେଡି first appeared on Sambad.
from ବିଶେଷ – Sambad https://ift.tt/3bbPlge
0 Comments