ଭିୱାଣ୍ଡି: କ୍ଷୀର ବିକିବା ପାଇଁ ୩୦କୋଟି ଟଙ୍କାର ହେଲିକପ୍ଟର କିଣି ଚର୍ଚ୍ଚାରେ ମହାରାଷ୍ଟ୍ରର ଭିୱାଣ୍ଡିରେ ରହୁଥିବା ଚାଷୀ ଜନାର୍ଦ୍ଦନ। ଦେଶର ପ୍ରତି ରାଜ୍ୟକୁ ସହଜରେ କ୍ଷୀର ପହଞ୍ଚାଇବା ପାଇଁ ସେ ହେଲିକପ୍ଟର କିଣିଥିବା ଜଣାପଡ଼ିଛି। ଜନାର୍ଦ୍ଦନ ଜଣେ ଦୁଗ୍ଧ ବ୍ୟବସାୟୀ ହେବା ସହ ଜଣେ ବିଲଡର ମଧ୍ୟ। କିଛି କିଛି ସ୍ଥାନକୁ ବିମାନ ଯିବା ଅସମ୍ଭବ ଥିବାରୁ ତାଙ୍କୁ କ୍ଷୀର ପହଞ୍ଚାଇବା ପାଇଁ ଗାଡ଼ି ନେଇଯିବାକୁ ପଡ଼େ। ଏହା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ। ଜର୍ନାଦନଙ୍କ ଏହି ସମସ୍ୟା ଦେଖି ତାଙ୍କ ବନ୍ଧୁ ତାଙ୍କୁ ଗୋଟେ ହେଲିକପ୍ଟର କିଣିବାକୁ କହିଥିଲେ। ଏହା ପରେ ବନ୍ଧୁଙ୍କ କଥା ମାନି ଜନାର୍ଦ୍ଦନ ହେଲିକପ୍ଟର କିଣିଥିବା ଜଣାପଡ଼ିଛି।
ଜନାର୍ଦ୍ଦନ କହିଛନ୍ତି ଯେ, ତାଙ୍କ ଦୁଗ୍ଧ ବ୍ୟବସାୟ ପାଇଁ ତାଙ୍କୁ ଅନେକ ସମୟରେ ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଗୁଜୁରାଟ ଯିବାକୁ ପଡ଼େ। ଅନେକ ସ୍ଥାନରେ ବିମାନ ବନ୍ଦରର ସୁବିଧା ନ ଥିବାରୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଯାତ୍ରା କରିବାକୁ ପଡ଼େ। କିନ୍ତୁ ଏବେ ହେଲିକପ୍ଟର ଆସିବା ପରେ ତାଙ୍କୁ ଏନେଇ ସମସ୍ୟା ହେବ ନାହିଁ।

ରବିବାର ଦିନ ହେଲିକପ୍ଟରକୁ ଜନାର୍ଦ୍ଦନଙ୍କ ଗାଁକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଜନାର୍ଦ୍ଦନ ପ୍ରଥମେ ତାଙ୍କ ହେଲିକପ୍ଟରରେ ଯାତ୍ରା କରିବାକୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି ଜଣାପଡ଼ିଛି। ହେଲିକପ୍ଟର କିଣିବା ପରେ ୨.୫ ଏକର ଜମିରେ ପ୍ରତିରକ୍ଷା କାନ୍ଥ ସହିତ ହେଲିପ୍ୟାଡ୍ ନିର୍ମାଣ ପାଇଁ ଜନାର୍ଦ୍ଦନ ବ୍ୟବସ୍ଥା କରିଛନ୍ତି। ହେଲିକପ୍ଟର, ପାଇଲଟ୍ ରୁମ୍ ଏବଂ ଟେକ୍ନିସିଆନ୍ ରୁମ୍ ପାଇଁ ଏକ ଗ୍ୟାରେଜ୍ ମଧ୍ୟ ରହିବ ବୋଲି କହିଛନ୍ତି ଜନାର୍ଦ୍ଦନ । ମାର୍ଚ୍ଚ ୧୫ରେ ଜନାର୍ଦ୍ଦନଙ୍କୁ ହେଲିକପ୍ଟର ବିତରଣ କରାଯିବ ବୋଲି ଜଣାପଡ଼ିଛି। ଚାଷ ଏବଂ ଦୁଗ୍ଧ ବ୍ୟବସାୟ ସହିତ ଜନାର୍ଦ୍ଦନଙ୍କର ଏକ ରିଏଲ୍ ଇଷ୍ଟେଟ୍ ବ୍ୟବସାୟ ଥିବା ସହ ସେ ୧୦୦କୋଟି ଟଙ୍କାର ମାଲିକ ବୋଲି ଜଣାପଡ଼ିଛି।
The post କ୍ଷୀର ବିକିବା ପାଇଁ ୩୦କୋଟି ଟଙ୍କାର ହେଲିକପ୍ଟର କିଣିଲେ ମହାରାଷ୍ଟ୍ର ଚାଷୀ first appeared on Sambad.
from ବିଶେଷ – Sambad https://ift.tt/3qrlIhw
0 Comments