
ନୂଆଦିଲ୍ଲୀ: ସାପ ନାମ ଶୁଣିଲେ ଲୋମମୂଳ ଟାଙ୍କୁରି ଉଠିଥାଏ। ସାପକୁ ସମସ୍ତେ ଭୟ କରି ଥାଆନ୍ତି। ସାପକୁ ଦେଖିଲା ମାତ୍ରେ ଲୋକମାନେ ଭୟରେ ତାକୁ ମାରି ଦିଅନ୍ତି ନଚେତ ସାପଧରାଳିଙ୍କୁ ଡାକି ଧରାଇ ଦେଇଥାଆନ୍ତି। ସାପ ଧରାଳି ଉକ୍ତ ସାପକୁ ଧରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସାପକୁ ବଞ୍ଚାଇବାକୁ ଯାଇ ନିଜ ଜୀନବକୁ ବାଜି ଲଗାଇ ଦେଇଥାଆନ୍ତି।
ଫାଶରେ ପଡ଼ିଥିବା ସାପକୁ ବଞ୍ଚାଇବା ପାଇଁ ଜଣେ ବ୍ୟକ୍ତି ପରିତ୍ୟକ୍ତ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଟନେସ୍ ଆଣ୍ଡ ପରଫରମାନ୍ସ କୋଚ୍ ରୋଜର୍ ସ୍ନିପ୍ସଙ୍କ ଦ୍ବାରା ଏହି ଭିଡିଓକୁ ସେୟାର କରାଯାଇଛି।
ସେ ଏହି ଭିଡଓ ସେୟାର କରି ଲେଖିଛନ୍ତି, ଜଣେ ଗାଧୋଇବା ପାଇଁ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଏତିକି ବେଳେ ସେ ସେଠାରେ ଏକ ସାପ ଭାସୁଥିବା ଦେଖିବାକୁ ପାଇଥିଲେ। ସେ ଭୟଭୀତ ହୋଇଯାଇଥିଲେ। ସାପକୁ କୂଅ ଭିତରେ ଦେଖି ଆଉ ଜଣେ ଯୁବକ ଏକ ଲୁହା ରଡ଼ ସାହାଯ୍ୟରେ ସାପକୁ ପାଣି ଭିତରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଶେଷରେ କୌଶଳ କ୍ରମେ ସେ ସାପର ଲାଞ୍ଜକୁ ଧରି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଧରାଇ ଦେଇଥିଲେ। ଉକ୍ତ ବ୍ୟକ୍ତି ଜଣକ ସାପର ଲାଞ୍ଜକୁ ଧରି କୂଅ ଭିତରୁ ଉପରକୁ ନେଇ ଆସିଥିଲେ।
The post ସାପକୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଲେ ଏହି ଯୁବକ first appeared on Sambad.
from ବିଶେଷ – Sambad https://ift.tt/3arei8u
0 Comments