
ନୂଆଦିଲ୍ଲୀ: ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନଙ୍କଠାରୁ ନିଧି ସଂଗ୍ରହ କରାଯାଉଛି। ରାଜସ୍ଥାନର ଯୋଧପୁରରୁ ରାମ ଭକ୍ତିରେ ସମର୍ପିତ ଜଣେ ମହିଳାଙ୍କୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବହୁତ କମ ଶୁଣିବାକୁ ମିଳିଥାଏ।
ଯୋଧପୁରରେ ରହୁଥିବା ଆଶା ବେସେଙ୍କର ନିକଟରେ ମୃତ୍ୟୁ ହୋଇଯାଇଛି। ତାଙ୍କର ଅନ୍ତିମ ଇଚ୍ଛା ଥିଲା କି ତାଙ୍କର ସମସ୍ତ ଗହଣା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରାଯାଉ। ରାମମନ୍ଦିର ପାଇଁ ଯୋଧପୁରରେ ନିଧି ସଂଗ୍ରହ କରୁଥିବା ହେମନ୍ତଙ୍କ ପାଖକୁ ଫେବ୍ରୁଆରି ୪ ତାରିଖରେ କଲ ଆସିଥିଲା। ଆଉ ଏହି କଲଟି ଥିଲା ଏମିତି- ‘‘ମୁଁ ବିଜୟ ସିଂହ କହୁଛି, ମୋର ସ୍ତ୍ରୀ ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଗହଣା ଦାନ କରିବାକୁ ଇଚ୍ଛା କରିଛନ୍ତି । ଆଜି ସେ ଆମ ସମସ୍ତଙ୍କୁ ପର କରି ଚାଲି ଯାଇଛନ୍ତି । ମୋର ଗଳା ବସି ଯାଇଛି। ମୁଁ ଆଉ କିଛି କହି ପାରିବି ନାହିଁ। ଆପଣ ଆସନ୍ତୁ ଏବଂ ସ୍ତ୍ରୀର ଅନ୍ତିମ ସଂସ୍କାର ପୂର୍ବରୁ ତାର ସମସ୍ତ ଗହଣା ନେଇ ଯାଆନ୍ତୁ। ତାର ଶେଷ ଇଚ୍ଛା ଥିଲା କି ସେ ରଖିଥିବା ସମସ୍ତ ଗହଣା ଭଗବାନ ଶ୍ରୀରାମଙ୍କୁ ଦିଆଯାଉ।‘‘

ଏହା ଶୁଣି ପ୍ରତାପ ବିଜୟଙ୍କୁ କହିଥିଲେ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ସ୍ତ୍ରୀଙ୍କ ଶେଷ ଇଚ୍ଛା ନିଶ୍ଚୟ ପୂରା ହେବ। ଶେଷରେ ତାହା ହିଁ ହୋଇଥିଲା।
The post ରାମ ମନ୍ଦିର ନିର୍ମାଣ ପାଇଁ ସମସ୍ତ ଗହଣା ଦାନ କରିବା ଥିଲା ମହିଳାଙ୍କ ଶେଷ ଇଚ୍ଛା; ଅନ୍ତିମ ସଂସ୍କାର ପୂର୍ବରୁ ସ୍ବାମୀ କଲେ ପୂରା first appeared on Sambad.
from ବିଶେଷ – Sambad https://ift.tt/2ODGEnf
0 Comments