ଇତିହାସର ସବୁଠାରୁ ଧନୀ ଓ ଅକର୍ମା

ଏବେ ଆମେ ଯେଉଁମାନଙ୍କୁ ବିଶ୍ବର ସବୁଠାରୁ ଧନୀ ବୋଲି ଜାଣିଛେ, ସେମାନଙ୍କ ମଧ୍ୟରୁ କାହାକୁ ଇତିହାସର ସର୍ବକାଳୀନ ଧନୀ କହାଯାଇପାରିବନାହିଁ। ଇତିହାସ ପୃଷ୍ଠାରେ ଏମିତି ଏକାଧିକ ବ୍ୟକ୍ତିଙ୍କ ଉଲ୍ଲେଖ ରହିଛି, ଯେଉଁମାନେ ଅକଳନ୍ତି ଧନ-ସ˚ପଦର ଅଧିକାରୀ ଥିଲେ। ଏବେ ଜାଣନ୍ତୁ ଏମିତି ଜଣେ ସର୍ବକାଳୀନ ଧନିକଙ୍କ କଥା, ଯିଏ ନିଜ ସମୟରେ ସୃଷ୍ଟିଛଡ଼ା ଅକର୍ମା ଭାବେ କୁଖ୍ୟାତ ଥିଲେ।

ଜୀବନ-ଜୀବିକା ପାଇଁ ତାଙ୍କୁ କିଛି କରିବାକୁ ପଡ଼ୁ ନ ଥିଲା କି ସେ କିଛି କରିବା ପାଇଁ ଚାହୁଁ ନ ଥିଲେ। ଉତ୍ତରାଧିକାରୀ ସୂତ୍ରରେ ତାଙ୍କୁ ପ୍ରାପ୍ତ ହୋଇଥିଲା ୨୧ଟି ଦୁର୍ଗ, ୬୦ଟି ବଡ଼ ବଡ଼ ସହର, ୬୨୧ଟି ଗ୍ରାମ, ଏକ ଲକ୍ଷ ଏକର୍‌ ଚାଷ ଜମି ଓ ଏକ ଲକ୍ଷ କୃଷି ଶ୍ରମିକ। ସେ ଥିଲେ ୧୭୮୬ରେ ଜନ୍ମିତ ପଲ୍‌ ଆଣ୍ଟାଲ୍‌ ଇସଟର୍‌ହାଜି। ସେ ଏକ ସଙ୍ଗେ ଥିଲେ ହଙ୍ଗେରି ଅନ୍ତର୍ଗତ ଗାଲାନ୍ଥାର ରାଜକୁମାର, ଇଡେଲ୍‌ଷ୍ଟେଟେନ୍‌ର କାଉଣ୍ଟ୍‌ ଏବ˚ ଫୋର୍ଚ‌୍ଟେନ୍‌ଷ୍ଟେନ୍‌ର ଲର୍ଡ‌୍‌। ପଲ୍‌ଙ୍କର ପ୍ରକୃତି ବି ଥିଲା ବିଚିତ୍ର। ସମସ୍ତ ମୂଲ୍ୟବାନ ଜିନିଷ ତାଙ୍କ ପାଇଁ ମୂଲ୍ୟହୀନ ବୋଲି ସେ ଫୁଟାଣି ମାରୁଥିଲେ। ଦୁର୍ମୂଲ୍ୟ କଳା-କୃତି ଗହଣରେ ନିଜର ପୋଷାକମାନ ଝୁଲାଇ ଆନନ୍ଦ ପାଉଥିଲେ। ୧୮୧୯ରେ ଡର୍ବି ଘୋଡ଼ା-ଦୌଡ଼ରେ ତାଙ୍କର ଘୋଡ଼ା ଜିଣିବା ପରେ, ସେଇଟି ତାଙ୍କ ପାଇଁ କେତେ ମୂଲ୍ୟହୀନ କେବଳ ସେତିକି ଦେଖାଇବା ଲାଗି, ତାହାକୁ ନିଜେ ଗୁଳି କରିଦେଇଥିଲେ।

The post ଇତିହାସର ସବୁଠାରୁ ଧନୀ ଓ ଅକର୍ମା first appeared on Sambad.



from ବିଶେଷ – Sambad https://ift.tt/2N1J3bf

Post a Comment

0 Comments