
ବିଶ୍ବର ପ୍ରଥମ ଚଳନ୍ତି ହୋଟେଲ୍ ସେବା ‘ହୋଟେଲ୍-ବସ୍’ ୧୯୪୫ରେ ଜର୍ମାନିରେ ଆରମ୍ଭ ହୋଇଥିଲା। ଜର୍ଜ୍ ହୋଟେଲ୍ ନାମକ ବ୍ୟକ୍ତି କେବଳ ଜର୍ମାନ୍ ପର୍ଯ୍ୟଟକଙ୍କ ନିମନ୍ତେ ଏହାକୁ ଆରମ୍ଭ କରିଥିଲେ। ପ୍ରାୟ ପଚାଶ ବର୍ଷ ପର୍ଯ୍ୟନ୍ତ କେବଳ ଜର୍ମାନ୍ମାନେ ହିଁ ଏହି ସେବାର ମଜା ନେଇପାରିଥିଲେ। ଏବେ ଯେଉଁ ରାଷ୍ଟ୍ରର ନାଗରିକ ଇଚ୍ଛା କରିବେ, ସେଥିରେ ଘୂରି-ବୁଲି ଆରାମ କରିପାରୁଛନ୍ତି। ଜର୍ଜ୍ଙ୍କ ସ˚ସ୍ଥାର ନାଁ- ‘ରୋଟେଲ୍ ଟୁର୍’; ଏହାର ଅର୍ଥ ଗଡ଼ୁଥିବା ହୋଟେଲ୍। ଆରାମଦାୟକ ବଡ଼ ବଡ଼ ବସ୍କୁ ଏହି କାର୍ଯ୍ୟରେ ଲଗାଯାଉଛି। ବସ୍ରେ ପ୍ରତି ପର୍ଯ୍ୟଟକଙ୍କ ପାଇଁ ଖାଇବା-ପିଇବା-ଶୋଇବାର ବ୍ୟବସ୍ଥା ରହିଛି। ପୁଣି, ରହିଛି ସ୍ନାନାଗାରର ସୁବିଧା। ପରିବେଶ ହୋଟେଲ୍ ପରି। ବସ୍ଗୁଡ଼ିକ ଇଇରୋପ୍, ଏସିଆ ଏବ˚ ଆଫ୍ରିକାର କେତେକ ପ୍ରମୁଖ ଅଞ୍ଚଳରେ ପର୍ଯ୍ୟଟନ ସେବା ଯୋଗାଉଛି। ଥରେ ଟିକଟ୍ କରି ବସ୍ରେ ଉଠିଲେ, ଆରାମରେ ବୁଲିବେ ଏବ˚ ଦେଖିବେ ନାନା ଦର୍ଶନୀୟ ସ୍ଥାନ। ଚିନ୍ତା-ମୁକ୍ତ ହୋଇ, ଖାଇବେ-ପିଇବେ ଏବଂ ଶୋଇବେ। ବସ୍ଗୁଡ଼ିକ ବାତାନୁକୂଳ। ଏ ଭଳି ସେବା ଅଧିକ ରୋମାଞ୍ଚ ପ୍ରଦାନ କରୁଥିବାରୁ ଇଉରୋପୀୟଙ୍କ ମଧୢରେ ବିଶେଷ ଭାବେ ଲୋକପ୍ରିୟ ହୋଇପାରିଛି।
The post ହୋଟେଲ୍-ବସ୍ first appeared on Sambad.
from ବିଶେଷ – Sambad https://ift.tt/3jWGsLv
0 Comments