
ସକାଳୁ ମଧୁ ସ˚ଗ୍ରହ କରୁଥିବା ମହୁମାଛିମାନେ, ଦିନରେ ଡେରିରେ ଫୁଲ ସନ୍ଧାନରେ ବାହାରୁଥିବା ମହୁମାଛିଙ୍କ ତୁଳନାରେ ଅଧିକ ଚତୁର ଏବ˚ ନିଜ ବିଦ୍ୟାରେ ଅଧିକ ନିପୁଣ ବୋଲି ଏକ ନୂତନ ଗବେଷଣାରୁ ଜଣାପଡ଼ିଛି। ଯେଉଁ ମହୁମାଛିମାନେ ସକାଳୁ ଶୀଘ୍ର ମଧୁ ସ˚ଗ୍ରହରେ ବାହାରନ୍ତି, ସବୁଠାରୁ ସୁବାସିତ ଫୁଲଗୁଡ଼ିକୁ ସହଜରେ ଆଘ୍ରାଣ କରିପାରନ୍ତି।
ଉଲ୍ଲେଖନୀୟ ଯେ, ସକାଳୁ ଫୁଲରେ ଅତି ଉତ୍କୃଷ୍ଟ ଧରଣର ମଧୁ ସୃଷ୍ଟି ହୁଏ ଏବ˚ ଦିନ ବଢ଼ିବା ସହ ତା’ର ମାନ କିଛି ପରିମାଣରେ ନଷ୍ଟ ହୋଇଯାଏ। ଏଣୁ ସକାଳୁ ଯେଉଁ ମହୁମାଛିମାନେ ଫୁଲ ଉପରେ ବସନ୍ତି, ସେମାନଙ୍କର ଆଘ୍ରାଣ ଶକ୍ତି ଅଧିକ ବିକଶିତ ହୁଏ। କାରଣ, ଫୁଲର ସୁଗନ୍ଧ ଏବ˚ ମଧୁର ଗୁଣ ସେମାନଙ୍କ ମସ୍ତିଷ୍କକୁ ପ୍ରଭାବିତ କରିଥାଏ। ଦିନ ଗଡ଼ିଲା ପରେ ବି ସେମାନେ କେଉଁ ଫୁଲଟି ଅଧିକ ସୁବାସିତ ବାରିପାରନ୍ତି। ଅପରପକ୍ଷେ, ଯେଉଁ ମହୁମାଛିମାନେ ବିଳମ୍ବରେ ବାହାରନ୍ତି, ସେମାନେ ଏତେଟା ବିଚକ୍ଷଣ ନୁହନ୍ତି। ଜର୍ମାନିର ଦଳେ ଗବେଷକ ଏକ ହଜାର ପୋଷା ମହୁମାଛିଙ୍କୁ ତାଲିମ ଦେଇ, ସେମାନଙ୍କ ଉପରେ ପରୀକ୍ଷା-ନିରୀକ୍ଷା କରି ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି।
The post ମହୁମାଛି ସକାଳେ ଅଧିକ ଚତୁର! first appeared on Sambad.
from ବିଶେଷ – Sambad https://ift.tt/3pSeaTK
0 Comments