‘ହେଲିକପ୍ଟର ବିବାହ’ କ’ଣ? ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ନିଆରା ଭିଡିଓ

‌ସେଖୱାଟୀ: ରାଜସ୍ଥାନର ସେଖୱାଟୀରେ ଦେଖିବାକୁ ମିଳିଛି ନିଆରା ‘ହେଲିକପ୍ଟର ବିବାହ’। ଏହି ବିବାହ ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିିଛି। ଜଣେ ସାମ୍ବାଦିକ ଏହି ନିଆରା ବିବାହ ସମୟରେ ପଡ଼ିଆରେ ଉପସ୍ଥିତ ରହି ରିପୋର୍ଟିଂ କରୁଥିବା ବେଳେ ଅନୁରାଗ ମାଇନସ୍‌ ବର୍ମା ଏହାକୁ ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି। ଟ୍ବିଟର୍‌ରେ ପୋଷ୍ଟ୍‌ ହୋଇଥିବା ଏହି ଦୁଇଟି ଭିଡିଓ ପଛରେ ରିପୋର୍ଟର ଜଣକ ଏହି ‘ନୂଆ ଧାରା’ ବିବାହ ସଂପର୍କରେ ଏକ୍‌ଦମ୍‌ ମଜାଦାର ଢଙ୍ଗରେ ରିପୋର୍ଟିଂ କରୁଥିବାର ଦେଖିବାକୁ ମିଳିଛି।

ରିପୋର୍ଟର ଜ‌ଣକ ନାଟକୀୟ କଣ୍ଠସ୍ବରରେ ଘଟଣାଟିକୁ ରିପୋର୍ଟିଂ କରୁଥିବାର ଦେଖିବାକୁ ମିଳିଛି। ସେ କହିଛନ୍ତି କି ‘ଜଣେ ପିତା ତାଙ୍କ ପୁତ୍ରର ଖୁସି ପାଇଁ କ’ଣ ନକରିପାରନ୍ତି!’

 

ଭିଡିଓଟି ହେଉଛି ସେଖୱାଟୀରେ ଦେଖିବାକୁ ମିଳିଥିବା ନିଆରା ‘ହେଲିକପ୍ଟର ବିବାହ’ର। ରତ୍ନଗିରି ତହସିଲ୍‌ର ଏକ ଛୋଟ ଗାଁରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଦେଖିବାକୁ ମିଳିଛି ଯେ ଉଭୟ ବରକନ୍ୟା ବରଯାତ୍ରୀ ସହ ହେଲିକପ୍ଟର ଯୋଗେ ଯାତ୍ରା କରୁଛନ୍ତି।

ଏହା ବ୍ୟତୀତ ରିପୋର୍ଟିଂ ସମୟରେ ରିପୋର୍ଟର ଜଣକ ଅନେକ ମଜାଦାର କଥାକୁ ସବୁ ଉପସ୍ଥାପନ କରିଛନ୍ତି। ସେ କହୁଥିବାର ଦେଖିବାକୁ ମିଳିଛି, ‘ଦେଖନ୍ତୁ ଗାଈଟି ମଧ୍ୟ ଶୀଘ୍ର ଶୀଘ୍ର ଖିର ଦେବାକୁ ଯାଉଛି। ସେ ଫେରିଲେ ଏହି ନିଆରା ଦୃଶ୍ୟକୁ ଉପଭୋଗ କରିବ ବୋଲି।’ ସେ ଏକ ଓଟକୁ ଲକ୍ଷ କରି କହିଛନ୍ତି କି ‘ଦେଖନ୍ତୁ ଓଟଟି କିପରି ସାଜସଜା ହୋଇ ଏହି ନିଆରା ବିବାହ ପାଇଁ ଛିଡ଼ା ହୋଇଛି।’

The post ‘ହେଲିକପ୍ଟର ବିବାହ’ କ’ଣ? ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଏହି ନିଆରା ଭିଡିଓ first appeared on Sambad.



from ବିଶେଷ – Sambad https://ift.tt/37Mxbkh

Post a Comment

0 Comments