‘ପିଜା’ ବନାମ ‘ଭାରତୀୟ ତରକାରି’

ଏକଦା ବ୍ରିଟେନ୍‌ବାସୀ ଭାରତୀୟ ରେସିପିମାନ ବିଶେଷତଃ ଭଳିକି ଭଳି ମସଲାଯୁକ୍ତ ଆମିଷ ଓ ନିରାମିଷ ତରକାରି ଖାଇବାକୁ ସୁଖ ପାଉଥିଲେ। ‘ପାଉଥିଲେ’ ମାନେ ଅବଶ୍ୟ ଏହା ନୁହେଁ ଯେ, ଏବେ ଆଉ ‘ପାଉନାହାନ୍ତି’। ସ˚ପ୍ରତି ଇଟାଲୀୟ ପିଜା, ଭାରତୀୟ ତରକାରିକୁ ଅତିକ୍ରମ କରି ଇ˚ଲିସ୍‌ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି।

ନିକଟରେ କରାଯାଇଥିବା ଏକ ସର୍ବେକ୍ଷଣ ଫଳାଫଳ ଅନୁଯାୟୀ ସେମାନେ ଏବେ ପିଜା ଏବ˚ ଅନ୍ୟାନ୍ୟ ଇଟାଲୀୟ ଖାଦ୍ୟ ପାଇଁ ବାର୍ଷିକ ବ୍ୟୟ କରୁଛନ୍ତି ପ୍ରାୟ ୬୧୦ କୋଟି ପାଉଣ୍ଡ୍‌; ଅପରପକ୍ଷେ ଭାରତୀୟ ଖାଦ୍ୟ ପାଇଁ ପ୍ରାୟ ୩୦୦ କୋଟି ପାଉଣ୍ଡ୍‌। ୨୦୧୮ରେ ଇ˚ଲଣ୍ତ୍‌ରେ ୮୬ କୋଟି ୬୦ ଲକ୍ଷ ପିଜା ବିକ୍ରି ହୋଇଥିଲା। ସେହି ବର୍ଷ ବ୍ରିଟିସ୍‌ମାନେ ୩୮ କୋଟି ୨୦ ଲକ୍ଷ ପ୍ଲେଟ୍‌ ଭାରତୀୟ ତରକାରି ଉଦରସ୍ଥ କରିଥିଲେ। ବ୍ରିଟେନ୍‌ରେ ଏବେ ରହିଛି ୧୨,୭୦୦ ଇଟାଲୀୟ ଏବ˚ ୧୨ ହଜାର ଭାରତୀୟ ଭୋଜନାଳୟ। ନବେ ପ୍ରତିଶତ ବ୍ରିଟନ୍‌ ସପ୍ତାହରେ ଅନ୍ୟୂନ ଥରଟିଏ ପିଜା ଖାଉଛନ୍ତି। ଯେକୌଣସି ଅବସ୍ଥାରେ ପିଜାକୁ ଖିଆଯାଇପାରୁଥିବାରୁ ଏହାର ଲୋକପ୍ରିୟତା ବଢ଼ିଚାଲିଛି। ଏହାକୁ କହାଯାଉଛି ‘ଟିଭି ଡିନର‌୍‌’।

The post ‘ପିଜା’ ବନାମ ‘ଭାରତୀୟ ତରକାରି’ first appeared on Sambad.



from ବିଶେଷ – Sambad https://ift.tt/3sqTnZ6

Post a Comment

0 Comments