ଘୂର୍ଣ୍ଣିବାତ୍ୟା ପର୍ଯ୍ୟଟନ

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରାଭେଲ୍‌ ଆଣ୍ତ୍‌ ଟୁର‌୍‌ ଏଜେଣ୍ଟ୍‌ମାନେ ସର୍ବଦା ନୂଆ ନୂଆ ପ୍ୟାକେଜ୍‌ ସ˚ଧାନରେ ଥାଆନ୍ତି। ବେଳେ ବେଳେ ନିହାତି ବିପଜ୍ଜନକ ବିଷୟଗୁଡ଼ିକୁ ସୁଦ୍ଧା ମନୋନୀତ କରିବାରେ ଦ୍ବିଧା କରନ୍ତିନାହିଁ। ଆମେରିକାରେ ‘ଟର୍ନାଡୋ ସଫାରି’ ବା ଘୂର୍ଣ୍ଣିବାତ୍ୟା ପର୍ଯ୍ୟଟନ ବେଶ୍‌ ଲୋକପ୍ରିୟ। ପାଣିପାଗ ବିଶେଷଜ୍ଞ ଏବ˚ ରୋମାଞ୍ଚ ଖୋଜୁଥିବା ପର୍ଯ୍ୟଟକଙ୍କ ମନୋର˚ଜନ ପାଇଁ ୨୦୦୦ରେ ଓକ୍‌ଲାହୋମାର ଟୁର‌୍‌ ଅପରେଟର‌୍‌ ଗ୍ରେଗ୍‌ ପଟର‌୍‌ ଏହି ସେବା ଆରମ୍ଭ କରିଥିଲେ। ଇତି ମଧ୍ୟରେ ଏହାର ଲୋକପ୍ରିୟତା ବହୁଗୁଣିତ ହୋଇଥିବା ପ୍ରକାଶ। ଏ ଭଳି ଟୁର‌୍‌ ପ୍ୟାକେଜ୍‌ରେ ଘୂର୍ଣ୍ଣିବାତ୍ୟା ଘଟୁଥିବା ସ୍ଥାନରେ ପର୍ଯ୍ୟଟକଙ୍କୁ ପହଞ୍ଚାଇବା ଟୁର‌୍‌ ଅପରେଟର‌୍‌ଙ୍କ ଦାୟିତ୍ବ।

ପର୍ଯ୍ୟଟକମାନେ ଘୂର୍ଣ୍ଣିବାତ୍ୟାର ଭୟଙ୍କର ରୂପ ଦର୍ଶନ କରୁଥିବା ବେଳେ କିଛି ଅଘଟନ ଘଟିଲେ ଟୁର‌୍‌ ଅପରେଟର‌୍‌ ଦାୟୀ ହେବେନାହିଁ ବୋଲି ପୂର୍ବରୁ ଲିଖିତ ଆକାରରେ ଦେବା ପରେ, ସେମାନଙ୍କୁ ଏହି ପର୍ଯ୍ୟଟନରେ ନିଆଯାଏ। ଏହି ପର୍ଯ୍ୟଟନ ପାଇଁ ଜଣେ ଜଣେ ପର୍ଯ୍ୟଟକ ଥରକେ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ବ୍ୟୟ କରୁଥିବା ଜଣାଯାଏ। ସମଗ୍ର ବିଶ୍ବରେ ବାର୍ଷିକ ଯେତିକି ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ, ତାହାର ପ୍ରାୟ ଦୁଇ ତୃତୀୟା˚ଶ ଘଟେ କେବଳ ଆମେରିକାରେ। ଟେକସାସ୍‌ରୁ ଡାକୋଟା ମଧୢରେ ବର୍ଷରେ ବାର ଶହ ପର୍ଯ୍ୟନ୍ତ ଛୋଟ-ବଡ଼ ଘୂର୍ଣ୍ଣିବାତ୍ୟା ହେଉଥିବା ଜଣାଯାଏ।

ମେକ୍‌ସିକୋ ଉପସାଗର ଅଞ୍ଚଳରୁ ପ୍ରବାହିତ ଉଷ୍ମ ବାୟୁ ଆମେରିକାର ଏହି ପଶ୍ଚିମାଞ୍ଚଳର ମରୁଭୂମିର ଶୁଷ୍କ-ଶୀତଳ ବାୟୁ ସ˚ସ୍ପର୍ଶରେ ଆସିଲେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହୁଏ। ସେହି ଅଞ୍ଚଳରେ ଏହା ଏକ ସାଧାରଣ ଘଟନା। ଏହା ଦ୍ବାରା କେହି ସହଜରେ ଭୟଭୀତ ହୁଅନ୍ତିନାହିଁ, ଯଦିଓ ବେଳେବେଳେ ନାହିଁ ନ ଥିବା ପରିସ୍ଥିତି ସୃଷ୍ଟି ହୁଏ। ୧୯୨୫ରେ ଇଣ୍ତିଆନା, ମିଜୋରି ଏବ˚ ଇଲ୍‌ନଏସ୍‌ରେ ଘୂର୍ଣ୍ଣିବାତ୍ୟା ୬୯୫ ଲୋକଙ୍କ ପ୍ରାଣ ନେଇଥିଲା।

The post ଘୂର୍ଣ୍ଣିବାତ୍ୟା ପର୍ଯ୍ୟଟନ first appeared on Sambad.



from ବିଶେଷ – Sambad https://ift.tt/2ZUys4z

Post a Comment

0 Comments