ରାପର୍‌ ହେବା ଏବେ ଖୁବ୍‌ ସହଜ, ଫେସ୍‌ବୁକ୍‌ ଆଣୁଛି ନୂଆ ଆପ୍‌; ଆପଣ ବି ହୋଇପାରିବେ ହନି ସିଂହଙ୍କ ପରି ଲୋକପ୍ରିୟ!

ନୂଆଦିଲ୍ଲୀ: ହନି ସିଂହଙ୍କ ପରି ଆପଣଙ୍କର ବି ରାପିଂ କରିବାର ସଉକ ରହିଛି କି? ଆପଣ ବି ଚାହାନ୍ତି କି ଜଣେ ରାପର୍‌ ହେବା ପାଇଁ? ଫେସ୍‌ବୁକ୍‌ ଏବେ ଏହି ସୁବିଧା ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ନୂତନ ଯୋଜନା କରୁଛି।

ଫେସ୍‌ବୁକ୍‌ର ନିଉ ପ୍ରଡକ୍ଟ ଏକ୍ସପେରିମେଣ୍ଟେସନ୍‌(ଏନ୍‌ପିଇ) ଟିମ୍‌ ବ୍ୟବହାରକାରୀଙ୍କ ପାଇଁ ‘ବାର୍‌ସ’ ନାମକ ଏକ ନୂଆ ଆପ୍‌ ଲଞ୍ଚ୍‌ କରିଛନ୍ତି। ଯାହାକି ରାପର୍‌ମାନଙ୍କୁ ବିଟ୍‌ସ ପ୍ରଦାନ କରିବା ସହ ରାପିଂ କରି ସେୟାର୍‌ କରିବାର ସୁଯୋଗ ପ୍ରଦାନ କରିବ।

ଏହା ଏପର୍ଯ୍ୟନ୍ତ ଅନ୍ୟ ସମସ୍ତ ଦେଶଗୁଡ଼ିକରେ ଉପଲବ୍ଧ ହୋଇ ନାହିଁ। ଏହି ଆପ୍‌ ଏବେ ଆମେରିକାର ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ। ଆଗ୍ରହୀ ବ୍ୟବହାରକାରୀମାନେ ଏବେଠାରୁ ଆପ୍‌ର ୱେଟ୍‌ଲିଷ୍ଟ୍‌ ପାଇଁ ସାଇନ୍‌ ଅପ୍‌ କରିପାରିବେ।

ଯେଉଁମାନେ ରାପିଂରେ ନିଜ କ୍ୟାରିୟର୍‌ ବନାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଲାଭପ୍ରଦ ସାବ୍ୟସ୍ତ ହେବ। ଏଥିରେ ୬୦ ସେକେଣ୍ଡ୍‌ର ରାପିଂ ଭିଡିଓ ବନାଇ ହେବ। ଆପ୍‌ରେ ଏକ ଅଟୋଟିଉନ୍‌ ଫିଚର୍‌ ବି ଉପଲବ୍ଧ। ଏହି ଭିଡିଓକୁ ଫୋନ୍‌ରେ ସେଭ୍‌ କରାଯାଇ ଏହାକୁ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ସେୟାର୍‌ କରାଯାଇ ପାରିବ।

କେବଳ ଆମେରିକାରେ କାର୍ଯ୍ୟକ୍ଷମ ହୋଇଥିବା ଏହି ଆପ୍‌ଟି ଖୁବ୍‌ ଶୀଘ୍ର ସବୁ ଦେଶର ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ‌କରାଯିବ ବୋଲି କମ୍ପାନି ଆଶାୟୀ।

The post ରାପର୍‌ ହେବା ଏବେ ଖୁବ୍‌ ସହଜ, ଫେସ୍‌ବୁକ୍‌ ଆଣୁଛି ନୂଆ ଆପ୍‌; ଆପଣ ବି ହୋଇପାରିବେ ହନି ସିଂହଙ୍କ ପରି ଲୋକପ୍ରିୟ! first appeared on Sambad.



from ବିଶେଷ – Sambad https://ift.tt/3krPRuK

Post a Comment

0 Comments