
ଜଣେ ଚାଇନିଜ୍ ଉଦ୍ୟୋଗପତି ନିଜର ଆମୋଦ-ପ୍ରମୋଦ ପାଇଁ ଏକ ଭାସମାନ ପ୍ରସାଦ ବନାଇଛନ୍ତି। ଏହାର ନିର୍ମାଣରେ ବ୍ୟୟ କରିଛନ୍ତି ଏକଷଠି ହଜାର ଡଲାର୍। ପ୍ରାସାଦର ଆକାର ଛଅ ଶହ ବର୍ଗ ଫୁଟ୍। ଉଦ୍ୟୋଗପତିଙ୍କ ନାମ କୋସ୍ଟଲାଇନ୍ ଏବ˚ ସେ ଫୁଜିଆନ୍ ପ୍ରଦେଶ ଅନ୍ତର୍ଗତ ଡୋ˚ସାନ୍ର ବାସିନ୍ଦା। ଡୋ˚ସାନ୍ ପ୍ରକୃତରେ ଦକ୍ଷିଣ ଚାଇନା ସାଗର ଅନ୍ତର୍ଗତ ଏକ ସୁନ୍ଦର ଦ୍ବୀପ। ମତ୍ସ୍ୟ ଶିକାର ସ୍ଥାନୀୟ ବାସିନ୍ଦାଙ୍କ ମୁଖ୍ୟ ଜୀବିକା। କୋସ୍ଟଲାଇନ୍ ମତ୍ସ୍ୟ ରପ୍ତାନି ବ୍ୟବସାୟ ସହ ସ˚ପୃକ୍ତ। ସେ ଏକଦା ନିଜେ ମାଛ ମାରୁଥିଲେ। ସମୁଦ୍ର ବାବଦରେ ସେ ବେଶ୍ ଅଭିଜ୍ଞ। ଦିନେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ ସହ ପାନ କରୁଥିବା ବେଳେ ଭାସମାନ ପ୍ରାସାଦ କଥା ମୁଣ୍ତରେ ପଶିଥିଲା। ଦଳେ ସ୍ଥାନୀୟ କାରିଗର ପ୍ରାୟ ଏକ ବର୍ଷ ଲାଗି, ଏହାକୁ ଗଢ଼ିଥିବା ପ୍ରକାଶ।
The post ଭାସମାନ ପ୍ରାସାଦ first appeared on Sambad.
from ବିଶେଷ – Sambad https://ift.tt/37fLqhl
0 Comments