ପୁରୁଷ ବେଶୀ ମହିଳା!

ମହିଳାମାନେ ପୁରୁଷଙ୍କର ଛଦ୍ମବେଶ ଧାରଣ କରି ବିଭିନ୍ନ କାର୍ଯ୍ୟ କରିଥିବାର ଏକାଧିକ ଉଲ୍ଲେଖ ଇତିହାସ ପୃଷ୍ଠାରେ ମିଳେ। ଏମିତି ଜଣେ ମହିଳା ଥିଲେ ଯାହାଙ୍କର ପ୍ରକୃତ ପରିଚୟ, ବାଉନ ବର୍ଷ ପରେ ଉନ୍ମୋଚିତ ହୋଇଥିଲା। ସେ ପୁରୁଷ ବେଶ ଧାରଣ କରି ୧୮୧୩ରେ ବ୍ରିଟିସ୍‌ ସେନାରେ ଯୋଗଦେଇଥିଲେ। ସେତେବେଳେ ସେନାରେ ମହିଳାଙ୍କୁ ନିଆଯାଉ ନ ଥିଲା। ସହକର୍ମୀଙ୍କ ପାଖରେ ତାଙ୍କର ପରିଚୟ ଥିଲା ଜେମ୍‌ସ ବାରି(ପ୍ରକୃତ ନାମ- ମାର୍ଗାରେଟ୍‌ ଆନ୍‌ ବକ୍‌ଲେ)। ସେ ଥିଲେ ଡାକ୍ତର ଏବ˚ ସେନାର ଚିକିତ୍ସା ବିଭାଗରେ କାର୍ଯ୍ୟ କରୁଥିଲେ। ସେ ଭଲ ଡାକ୍ତର ସଙ୍ଗକୁ ତରବାରି ଚାଳନାରେ ପାରଙ୍ଗମ ଥିଲେ। ପୁଣି, ଥିଲେ ବଦରାଗୀ ସ୍ବଭାବର। ସହକର୍ମୀଙ୍କ ସହ ସବୁବେଳେ ଝଗଡ଼ା କରୁଥିଲେ। ହାତରେ ତରବାରି ଧରି ଦ୍ବନ୍ଦ୍ବ ଯୁଦ୍ଧ ବା ଡୁଏଲ୍‌ ପାଇଁ ଆହ୍ବାନ କରୁଥିଲେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ସେ ଜେନ୍‌ରାଲ୍‌ ସ୍ତରକୁ ଉଠିପାରିଥିଲେ। ୧୮୬୫ରେ ଦେହାନ୍ତ ପର୍ଯ୍ୟନ୍ତ ସେ ମହିଳା ବୋଲି କେହି ଜାଣି ନ ଥିଲେ। ଏପରିକି ପ୍ରାୟ ପଚାଶ ବର୍ଷ ତାଙ୍କର ଘରୋଇ ସେବା କରିଥିବା ଭୃତ୍ୟ ମଧୢ ତାଙ୍କର ଲିଙ୍ଗକୁ ନେଇ କେବେ ତିଳେ ମାତ୍ର ସନ୍ଦେହ କରି ନ ଥିଲା। ପ୍ରେମ ବ୍ୟାପାରରେ ଅସଫଳ ହେବା ଯୋଗୁଁ ସେ ଛଦ୍ମବେଶ ଧାରଣ କରି ସେନାରେ ଯୋଗଦେଇଥିବା ବିଶ୍ବାସ କରାଯାଏ।

The post ପୁରୁଷ ବେଶୀ ମହିଳା! first appeared on Sambad.



from ବିଶେଷ – Sambad https://ift.tt/37wJvFt

Post a Comment

0 Comments